ଆଜି +୨ ସ୍ପଟ୍ ନାମଲେଖା

ଭୁବନେଶ୍ବର : ଆଜି +୨ ସ୍ପଟ୍ ନାମଲେଖା । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ +୨ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ରେ ନାମଲେଖା ଅନୁଷ୍ଠିତ ହେବ। ଏନେଇ ସଂପୃକ୍ତ କନିଷ୍ଠ ମହାବିଦ୍ୟାଳୟରେ ଗତକାଲି ସନ୍ଧ୍ୟାରେ ମେଧା ତାଲିକା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ଚଳିତ ମାସ ୧୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ। ଅକ୍ଟୋବର ୧୭ ସନ୍ଧ୍ୟା ସୁଦ୍ଧା କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କର ତାଲିକା ପ୍ରକାଶ କରିବେ।
Comments are closed.