Odisha Link
Bridging the Missing Links in Odisha

ଭିଟାମିନ୍-ଡି କରୋନାକୁ ମାତ୍‌ ଦିଏ କି? କଣ କହୁଛନ୍ତି ବିଶେଷଜ୍ଞ, ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଏପର୍ଯ୍ୟନ୍ତ ଆସିନାହିଁ କୌଣସି ଟିକା। ଏହି ମହାମାରୀ ନିକଟରୁ ରକ୍ଷା ପାଇବା ପାଇଁ ଲୋକମାନେ ସାମାଜିକ ଦୂରତା, ମାସ୍କ ପିନ୍ଧି ସତର୍କତା ଅବଲମ୍ବନ କରୁଛନ୍ତି। ହେଲେ ମହାମାରୀ କରୋନା ସଂକ୍ରମଣକୁ ନେଇ ଭିନ୍ନ ଭିନ୍ନ ବିଶେଷଜ୍ଞ ଭିନ୍ନ ମତ ରଖିଛନ୍ତି। ଏପରିକି ଅନେକ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ, ଶରୀରେ ଭିଟାମିନ୍ ଡି ଅଭାବ ଥିଲେ କରୋନା ସଂକ୍ରମିତ ହେବାର ଅଧିକ ଆଶଙ୍କା ରହିଛି।

ବିଶେଷଜ୍ଞଙ୍କ କହିବା ମୁତାବିକ ସାଧାରଣତଃ ବୃଦ୍ଧମାନଙ୍କ ଶରୀରରେ ଭିଟାମିନ୍ ଡି ଅଭାବ ଦେଖିବାକୁ ମିଳିଥାଏ। ସେହିଭଳି, ଅଧିକ ଓଜନ ଥିବା ଲୋକଙ୍କୁ ମଧ୍ୟ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। ମୁଖ୍ୟ ଗବେଷକ ଡେଭିଡ୍ ଜୋଲିଫିଙ୍କ କହିଛନ୍ତି ଯେ ସମସ୍ତେ ଭିଟାମିନ୍ ଡି ସପ୍ଲିମେଣ୍ଟ ଖାଇବା ଜରୁରୀ। କାରଣ ଏହି ସପ୍ଲିମେଣ୍ଟ ଲୋକଙ୍କ ପାଇଁ ସହଜରେ ଉପଲବ୍ଧ ହୋଇଥାଏ। ଯଦି ଭିଟାମିନ୍ ଡି ପ୍ରଭାବଶାଳୀ ପ୍ରମାଣିତ ହୁଏ, ତାହେଲେ କରୋନା ଭୂତାଣୁ ସଂକ୍ରମଣଠୁ ବଞ୍ଚିବା ପାଇଁ ଏହା ସହାୟକ ହେବ।

ଭିଟାମିନ୍ ଡି ଆମ ଶରୀର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ତତ୍ତ୍ୱ ଅଟେ। ତେବେ ପରୀକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ, ଭିଟାମିନ୍ ଡି ସ୍ୱାସ୍ଥ୍ୟ ଅବସ୍ଥାକୁ ମଜବୁତ କରିପାରିବ କି ନାହିଁ। ଶରୀରର ଇମ୍ୟୁନିଟ୍ ସିଷ୍ଟମ ମଜବୁତ ଥିଲେ କୌଣସି ରୋଗ ହେବ ନାହିଁ। ଏହା ଶରୀରକୁ ସମ୍ଭାବ୍ୟ ରୋଗ ଏବଂ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଭିଟାମିନ୍ ଡି ଶରୀରକୁ ସୁସ୍ଥ ରଖେ। ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଯୋଗୁଁ ଭିଟାମିନ୍ ଡି ମଣିଷଙ୍କ ପାଇଁ ଆବଶ୍ୟକ ହୋଇଥାଏ।

Comments are closed.