Odisha Link
Bridging the Missing Links in Odisha

ରାଜ୍ୟରେ ୨୧୯୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୧୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୬୩୪୫ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୨୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୭ଜଣ, ବାଲେଶ୍ୱର ଜିଲ୍ଲାରୁ ୧୦୪ଜଣ, ବରଗଡ଼ ଜିଲ୍ଲାରୁ ୮୦ଜଣ, ଭଦ୍ରକ ଜିଲ୍ଲାରୁ ୧୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୧ଜଣ, ବୌଦ୍ଧ ଜିଲ୍ଲାରୁ ୩୨ଜଣ, କଟକ ଜିଲ୍ଲାରୁ ୧୭୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୩ଜଣ, ଗଜପତି ଜିଲ୍ଲାରୁ ୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୩ଜଣ, ଜଗତସିଂହପୁର ଜିଲ୍ଲାରୁ ୮୬ଜଣ, ଯାଜପୁର ଜିଲ୍ଲାରୁ ୧୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୧ଜଣ,

କଳାହାଣ୍ଡି ଜିଲ୍ଲାରୁ ୯୪ଜଣ, କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୨ଜଣ, କେନ୍ଦୁଝର ଜିଲ୍ଲାରୁ ୬୭ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୫୯ଜଣ, କୋରାପୁଟ ଜିଲ୍ଲାରୁ ୨୯ଜଣ, ମାଲକାନଗିରି ଜିଲ୍ଲାରୁ ୩୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୦ଜଣ, ନୟାଗଡ଼ ଜିଲ୍ଲାରୁ ୨୦ଜଣ, ନୂଆପଡା ଜିଲ୍ଲାରୁ ୧୦୮ଜଣ, ପୁରୀ ଜିଲ୍ଲାରୁ ୭୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୭ଜଣ, ସୋନପୁର ଜିଲ୍ଲାରୁ ୭୦ଜଣ, ସୁରନ୍ଦରଗଡ଼ ଜିଲ୍ଲାରୁ ୧୪୦ଜଣ, ଷ୍ଟେଟ୍‌ ପୁଲ୍‌ରୁ ୫୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୬୩୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁଟି ଆକ୍ଟିଭ୍‌ କେସ୍‌ ୨୩୭୮୬ ରହିଥିବା ବେଳେ ୨୪୧୩୮୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ରାଜ୍ୟରେ ୪୦୦୧୦୬୫ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Comments are closed.