ବନ ବିଭାଗ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ରାଇରଙ୍ଗପୁର: ବନ ବିଭାଗ ହେପାଜତରୁ ଗିରଫ ଅଭିଯୁକ୍ତ ଚମ୍ପଟ ମାରିଛି। କୋର୍ଟଚାଲାଣ ପୂର୍ବରୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡ଼ିକାଲ ନେବା ବାଟରେ ଅଭିଯୁକ୍ତ ଚମ୍ପଟ ମାରିଥିଲା ।
ଉକ୍ତ ବ୍ୟକ୍ତି ବାଘଛାଲ ଚୋରା ଚାଲଣାରେ ବନ ବିଭାଗ ଗିରଫ କରିଥିଲେ । କିଛିଦିନ ତଳେ ଶିମିଳିପାଳ ଖଜୁରୀକଟାସ ଗାଁରୁ ବାଘଛାଲ ଜବତ ହୋଇଥିଲା । ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି।
Comments are closed.