Odisha Link
Bridging the Missing Links in Odisha

ଚାଇନା ମୋବାଇଲକୁ ଟକ୍କର ଦେବ Micromax , ନଭେମ୍ବରରୁ ମିଳିବ ଦେଶୀ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଚୀନକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ ବଜାରରେ ଚୀନ କମ୍ପାନୀ ମୋବାଇଲର ଚାହିଦା ବେଶି ରହିଛି। ଏହାକୁ ଏବେ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ହେଉଛି ଭାରତୀୟ କମ୍ପାନୀ। ଚୀନ କମ୍ପାନୀକୁ ଟକ୍କର ଦେବା ପାଇଁ ଭାରତୀୟ ମୋବାଇଲ କମ୍ପାନୀ ମାଇକ୍ରୋମାକ୍ସ ଜୋରଦାର ପ୍ରସ୍ତୁତି କରୁଛି। ଭାରତରେ ସ୍ମାର୍ଟଫୋନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ମାଇକ୍ରୋମାକ୍ସ ଖୁବ ଶୀଘ୍ର ଦେଶରେ ନିଜ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି।

ଖୁବ ଶୀଘ୍ର ଦେଶରେ ନୂଆ ସ୍ମାର୍ଟଫୋନ୍ ସିରିଜ ଲଞ୍ଚ୍ କରିବା ପାଇଁ ଯୋଜନା କରୁଛି କମ୍ପାନୀ। ମୋବାଇଲ କମ୍ପାନୀ ମାଇକ୍ରୋମାକ୍ସର କୋ-ଫାଉଣ୍ଟର  କୋ-ଫାଉଣ୍ଡର ରାହୁଲ ଶର୍ମା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରାୟ ୨ ମିନିଟ୍ ଲମ୍ବା ଭିଡିଓ ସେୟାର କରିଛି। ଭିଡିଓରେ ରାହୁଲ ଶର୍ମା କମ୍ପାନୀର ଏପର୍ଯ୍ୟନ୍ତର ଯାତ୍ରା ସମ୍ପର୍କରେ କହିଛନ୍ତି। ଭିଡିଓରେ ରାହୁଲ ସେହି ସମୟ ସମ୍ପର୍କରେ ମଧ୍ୟ କହିଛନ୍ତି ଯେତେବେଳେ ଚାଇନି୍ଜ୍ ସ୍ମାର୍ଟଫୋନ୍ କମ୍ପାନୀ ବଜାରରେ କବଜା କରିଦେଲେ ଏବଂ କମ୍ପାନୀର ସ୍ମାର୍ଟଫୋନ୍ ବିକ୍ରି ହ୍ରାସ ପାଇଲା।

ଭିଡିଓରେ କମ୍ପାନୀ ମାଲିକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ନେଇ ଘୋଷଣା କରିବା ପରେ ଆମେ ଏହା ଉପରେ କାମ କରିବା ପାଇଁ ନିଷ୍ପତ୍ତି କଲୁ। ଏବେ ମାଇକ୍ରୋମାକ୍ସ ନୂଆ ନାମ ‘In’ ନାଁରେ ଫେରୁଛି। ଭିଡିଓରେ ରାହୁଲ ଶର୍ମା ଆଗାମୀ ସ୍ମାର୍ଟଫୋନର ବକ୍ସ ମଧ୍ୟ ଦେଖାଇଛନ୍ତି। ବକ୍ସ ଉପରେ In ଲେଖାହୋଇଛି। ମାଇକ୍ରୋମାକ୍ସର In-ସିରିଜ ସ୍ମାର୍ଟଫୋନ୍ସ ଦାମ୍ ୭୦୦୦ ଟଙ୍କାରୁ ୧୫୦୦୦ ଟଙ୍କା ଭିତରେ ରହିବ। ଏହି ସ୍ମାର୍ଟଫୋନ୍ସ ଆଣ୍ଡ୍ରଏଡ୍ ସହିତ ଆସିବ ଏବଂ ୧ ନଭେମ୍ବରରେ ଦେଶରେ ଲଞ୍ଚ୍ କରାଯିବ ବୋଲି ସେ ସୂଚନା ଦେଇଥିଲେ।।

Comments are closed.