Odisha Link
Bridging the Missing Links in Odisha

ରାଜ୍ୟରେ ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୬୮,୧୧୫ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୯ କରୋନା ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗୀରରୁ ୮୬, ବରଗଡରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ଵରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡରୁ ୬୩, କେନ୍ଦ୍ରାପଡାରୁ ୬୧ ଜଣ, ସମ୍ବଲପୁର ଜିଲ୍ଲାରୁ ୫୩, ପୁରୀରୁ ୪୭, ଝାରସୁଗୁଡାରୁ ୪୬, ନୂଆପଡାରୁ ୪୩, ଭଦ୍ରକରୁ ୪୦, ଢେଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡରୁ ୧୫ ଓ ରାୟଗଡାରୁ ୭ ଆକ୍ରାନ୍ତ କୋଭିଡ୍-୧୯ ପଜିଟିଭ୍ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୨୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୩, ୯୪୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ଆଉ ୧୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୭୨ରେ ପହଞ୍ଚିଛି।

Comments are closed.