Odisha Link
Bridging the Missing Links in Odisha

ଚଳନ୍ତା କାର୍‌ରେ ଲାଗିଲା ନିଆଁ

କେନ୍ଦୁଝର: ଚଳନ୍ତା କାର୍‌ରେ ଲାଗିଲା ନିଆଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନରଣପୁର-ବ୍ରାହ୍ମଣିପାଳ ରାସ୍ତାର। କାରଟି ରାମଚନ୍ଦ୍ରପୁର ନିକଟରେ ଜଳି ଯାଇଛି। ଅନ୍ଧାର ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର। ସଟ ସର୍କିଟ ଘଟି ଚଳନ୍ତା କାରରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ କାରଥିବା ୩ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯାତ୍ରୀଙ୍କ କହିବା କଥା ଗାଡ଼ିରେ ବସିଥିବା ବେଳେ, ହଠାତ କାରରୁ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା।

ଅନ୍ୟପଟେ ଗାଡ଼ିର ଟାୟାର ଫାଟିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିଲା। ଭୟଭୀତ ଲୋକ ଏପଟ ସେପଟ ଦୌଡିବା ବେଳେ, ହାଇୱା ଚକ ତଳେ ପଡିଯାଇ ଜଣେ ଚାପି ହୋଇ ଗୁରୁତର ହୋଇଛନ୍ତି। ଦମକଳବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କର୍ଯ୍ୟ ଜାରିରଖିଛି।

Comments are closed.