Odisha Link
Bridging the Missing Links in Odisha

କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେଙ୍କୁ କରୋନା

ମୁମ୍ବାଇ: ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାବଲେଙ୍କୁ କରୋନା। ଏନେଇ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି। ରାମଦାସ ଅଠାବଲେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ରାମଦାସ ଅଠାବଲେ ଗତକାଲି ପାୟଲ ଘୋଷଙ୍କୁ ଆରପିଆଇର ସଦସ୍ୟତା ଦେଇଥିଲେ। ଏହା ପରେ ତାଙ୍କର କଫ ଏବଂ ଶରୀର ଯନ୍ତ୍ରଣା ହୋଇଥିଲା ଏବଂ ତାଙ୍କର କରୋନା ଟେଷ୍ଟ୍ ହୋଇଥିଲା। ତାଙ୍କ ଦଳର ମିଶ୍ରଣ ପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିବା ଅଭିନେତ୍ରୀ ପାୟଲ ଘୋଷ ସୋମବାର ଆରପିଆଇର ସଦସ୍ୟତା ନେଇଥିଲେ। ପାର୍ଟି ପାୟଲଙ୍କୁ ଉମେନ ଓ୍ବିଙ୍ଗର ଭାଇସ୍ ପ୍ରେସିଡେଣ୍ଟ୍ ଘୋଷିତ କରିଛି। ଏହି ଇଭେଣ୍ଟରେ ପାର୍ଟି ଅଧ୍ୟକ୍ଷ ରାମଦାସ ଅଠାବଲେ ଏବଂ ପାର୍ଟିର ଅନ୍ୟ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ।

Comments are closed.