Odisha Link
Bridging the Missing Links in Odisha

ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଛି

ନୂଆଦିଲ୍ଲୀ: ଦେଶରେ କରୋନା ଜନିତ ମୃତ୍ୟୁ ହାର କରୋନା ହ୍ରାସ ପାଇ ୧.୫ ପ୍ରତିଶତରେ ପହଞ୍ଚିଛି। କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତକାଲି ଗୋଟିଏ ଦିନରେ ସାରା ଦେଶରେ ୪୮୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ସାରା ବିଶ୍ୱରେ କରୋନା ମୃତ୍ୟୁ ହାର ତୁଳନାରେ ଭାରତର କରୋନା ମୃତ୍ୟୁ ହାର ସବୁଠାରୁ କମ ରହିଛି।

କୋଭିଡ ମୁକାବିଲା କ୍ଷେତ୍ରରେ ସମୟାନୁଭିତ୍ତିକ ପଦକ୍ଷେପ ଓ ୨୨୧୮ଟି ସ୍ୱତନ୍ତ୍ର କୋଭିଡ ଡାକ୍ତରଖାନା ଦ୍ୱାରା ଯୋଗାଇ ଦିଆଯାଉଥିବା ଚିକିତ୍ସା ସେବା କରୋନା ଜନିତ ମୃତ୍ୟୁ ହାର ହ୍ରାସ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମନ୍ତ୍ରାଳୟ କହିଛି। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ମୃତ୍ୟୁ ହାର ଏକ ପ୍ରତିଶତରୁ କମ ହୋଇପାରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୯ ହଜାର ୧୦୫ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ ସୁସ୍ଥ ସଂଖ୍ୟା ୭୧ ଲକ୍ଷ ୩୭ ହଜାର ୨୨୮ରେ ପହଂଚିଛି। ଦେଶରେ ଆରୋଗ୍ୟ ହାର ୯୦.୨୩ ପ୍ରତିଶତକୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିୟମଗୁଡ଼ିକର ସଠିକ୍‍ ରୂପେ ପାଳନ କରାଯିବା ଯୋଗୁ ମୃତ୍ୟୁହାର ହ୍ରାସ ପାଉଛି। ଦେଶରେ କରୋନା ଜନିତ ମୃତ୍ୟୁହାର ୧.୫ ପ୍ରତିଶତ ରହିଛି, ଯାହା ବିଶ୍ୱରେ ସବୁଠୁ କମ୍‍। ଗତ ୨୪ ଘଣ୍ଟା ଭିତରେ ୪୮୮ ଜଣ ମୃତ୍ୟୁବରଣ କରିବାରୁ ଏପର୍ଯ୍ୟନ୍ତ ଏଥିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାର ୫୦୨ରେ ପହଞ୍ଚିଛି।

Comments are closed.