Odisha Link
Bridging the Missing Links in Odisha

ଉପନିର୍ବାଚନ: କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଭୋଟର

ବାଲେଶ୍ବର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚ ଆସନ୍ତା ନଭେମ୍ବର ୩ ତାରିଖରେ ହେବ। ସମୟ ଯେତେ ପାଖଉଛି ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରଦାର ହେଉଛି। ଭିନ୍ନ ଭିନ୍ନ ପ୍ରସଙ୍ଗରେ ଉଷୁମ ହେଉଛି ଉପନିର୍ବାଚନ। ଏହାରି ଭିତରେ ବାଲେଶ୍ୱର ସଦର ଉପନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ପ୍ରଶ୍ନ କଲେ ବାଲେଶ୍ୱର ଭୋଟର।

ଏନେଇ ଭୋଟର କହିଛନ୍ତି ଯେ, ୨୦୧୯ ଭୋଟ ବେଳେ ମନ୍ତ୍ରୀ ଭୋଟ ମାଗିବା ପାଇଁ ଆସିଥିଲେ, ଜିତିବା ପରେ ଦିଲ୍ଲୀ ଚାଲିଗଲେ। ହେଲେ ଏଥର ଆଉ କାମ କରିବ ନାହିଁ ମିଛ ପ୍ରତିଶ୍ରୁତି। ଜନତା ଭାବି ଚିନ୍ତି ନେତା ବାଛିବେ। ସେପଟେ ଜନତାଙ୍କ ପ୍ରଶର ଉତର ରଖି ମନ୍ତ୍ରୀ କହିଛନ୍ତି ସେ ସାରା ଦେଶର ମନ୍ତ୍ରୀ, କେବଳ ବାଲେଶ୍ୱରର ନୁହେଁ। ତେଣୁ ସବୁ ବେଳେ ସବୁ ସ୍ଥିତିରେ ବାଲେଶ୍ୱରରେ ପହଞ୍ଚିବା ସମ୍ଭବ ହେଉନାହିଁ।

ପ୍ରକାଶ ଯେ, ଉପନିର୍ବାଚନ ପାଇଁ ବାଲେଶ୍ୱରରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଘର ଘର ବୁଲି ଭୋଟ ପାଇଁ ଲୋକଙ୍କୁ ମନେଇବାକୁ ଚେଷ୍ଟା କରୁଛନ୍ତି। ସେହିପରି ଲୋକମାନେ ମଧ୍ୟ ନେତାମାନଙ୍କୁ ପାଖରେ ପାଇ ପ୍ରଶ୍ନ କରୁଛନ୍ତି। ଏଥର ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ବେଣୁଧର ବାରିକ ଚର୍ଚ୍ଚାରେ ରହିଛନ୍ତି। ସେ ସବୁ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଅଧିକ ବୟସ୍କ ପ୍ରାର୍ଥୀ। ତାଙ୍କ ପାଇଁ ଅଭିନେତ୍ରୀ ରାନୀ ପଣ୍ଡା, ରାନୀ ପ୍ରିୟଦର୍ଶିନୀ ଆସି ପ୍ରଚାର କରିଛନ୍ତି।

Comments are closed.