ଦେହଜୀବୀଙ୍କୁ ମିଳିବ ରାସନ

ଭୁବନେଶ୍ବର: ଏଣିକି ଦେହଜୀବୀଙ୍କୁ ଶୁଖିଲା ରାସନ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। କରୋନା ସମୟରେ ଦେହଜୀବୀମାନେ ବହୁ ଅଭାବ ଅନାଟନରେ ଜୀବନ ବିତାଇଛନ୍ତି। ପରିସ୍ଥିତିରେ ବି ଏପର୍ଯ୍ୟନ୍ତ ସୁଧାର ଆସିନାହିଁ। ତେଣୁ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ଦାବି ହୋଇଆସୁଥିଲା। ଏହା ଉପରେ ସୁପ୍ରିମକୋର୍ଟ ତାଙ୍କର ନିଷ୍ପତ୍ତି ଶୁଣାଇଛନ୍ତି।
ଦେହଜୀବୀଙ୍କ ଶୁଖିଲା ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏନଏସିଓ ଚିହ୍ନଟ ଦେହଜୀବୀ ଓ ସଂପୃକ୍ତ ସଂସ୍ଥାକୁ ରାସନ ସାମଗ୍ରୀ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି।