ସଇତାନ୍ କକା, ୫ ବର୍ଷ ଧରି ନାବାଳିକା ଝିଆରୀ ସହ କରୁଥିଲା ଦୁଷ୍କର୍ମ

ରାଇରଙ୍ଗପୁର: ରାଜ୍ୟରେ ପ୍ରତିଦିନ ନୂଆ ନୂଆ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି। ଏଥର ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା। ପୁଣିଥରେ ଜଣେ ନାବାଳିକା ହେଲେ ଦୁଷ୍କର୍ମ ଶିକାର। ନାବାଳିକାଙ୍କୁ ଆଉ କେହି ଦୁଷ୍କର୍ମ କରି ନାହାନ୍ତି ଖୋଦ୍ ପିଡ଼ୀତାଙ୍କ ସଂପର୍କୀୟ କକା। ନାବାଳିକା ଝିଆରୀଙ୍କ ସହ କକା କରି ଆସୁଥିଲେ ଦୁଷ୍କର୍ମ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ଏଭଳି ଲଜ୍ଜ୍ୟା ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁସାରେ ଜାମଦା ଥାନା ଅଞ୍ଚଳର ଜଣେ ନାବାଳିକା ଝିଆରୀ ସଂପର୍କୀୟ କକା ଦ୍ବାରା ୫ ବର୍ଷ ଧରି ଦୁଷ୍କର୍ମ ହେଇ ଆସୁଥିଲେ। କାହା ପାଖରେ କହିଲେ, ଜୀବନରୁ ମାରି ଦେବା ପାଇଁ ମଧ୍ୟ କକା ଧମକ ଦେଉଥିଲା।
ଅଭିଯୁକ୍ତ ଅର୍ଜୁନ କଳାହକୁ ଆଜି ପୋଳିସ୍ ଗିରଫ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସଂପର୍କୀୟ କକା ଅର୍ଜୁନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ।