Odisha Link
Bridging the Missing Links in Odisha

ମହିଳା ରେଳଯାତ୍ରୀଙ୍କ ପାଇଁ ‘ମେରି ସହେଲି’ ସୁରକ୍ଷା ଯୋଜନା ଆରମ୍ଭ

ନୂଆଦିଲ୍ଲୀ: ମହିଳା ରେଳଯାତୀଙ୍କ ପାଇଁ ଖୁସି ଖବର। ଏଣିକି ମହିଳାମାନଙ୍କ ରେଳଯାତ୍ର ସମୟେ କୌଣସି ବାଧା ସୃଷ୍ଟି ହେବ ନାହିଁ। ମହିଳା ଯାତ୍ରୀଙ୍କୁ ସୁରକ୍ଷା ଦେବାକୁ ଦେଶର ସମସ୍ତ ଜୋନରେ ରେଳବାଇ ପକ୍ଷରୁ ‘ମେରି ସହେଲି’ ନାମକ ଏକ ପଦକ୍ଷେପର ଶୁଭାରମ୍ଭ କରାଯାଇଛି। ମହିଳା ଯାତ୍ରୀ ମାନେ କିଭଳି ସୁରକ୍ଷିତ ଭାବେ ଆରମ୍ଭରୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ତାହା ଏହି ଅଭିଯାନର ଲକ୍ଷ୍ୟ ବୋଲି ରେଳମନ୍ତ୍ରଣାଳୟ କହିଛି।

୨୦୨୦ ସେପ୍ଟେମ୍ବର ମାସରେ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଏହି ପାଇଲଟ୍ ପ୍ରକଳ୍ପ ପ୍ରଥମେ ଆରମ୍ଭ କରାଯାଇଥିଲା। ଏହି ପାଇଲଟ୍ ପ୍ରକଳ୍ପକୁ ମହିଳା ଯାତ୍ରୀଙ୍କ ତରଫରୁ ପ୍ରୋତ୍ସାହନ ମିଳିବା ପରେ ଏବେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଦେଶର ସମସ୍ତ ଜୋନ୍ କୁ ସଂପ୍ରସାରିତ କରାଯାଇଛି।

ଟ୍ରେନରେ ମହିଳା ଯାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳବାଇ ସୁରକ୍ଷା ବାହିନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଟ୍ରେନରେ ଯାତ୍ରା ସମୟରେ ମହିଳା ମାନେ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥା’ନ୍ତି। ଯେମିତି କି ଚୋରୀ, ଅସଦାଚରଣ, ମହିଳାଙ୍କ ମାସିକ ଧର୍ମ ଇତ୍ୟାଦି। ଏହି ସବୁ ସମସ୍ୟାର ସମାଧାନ ସହ ମହିଳା ଯାତ୍ରୀ ମାନେ କିଭଳି ସୁରକ୍ଷିତ ଟ୍ରେନ ଯାତ୍ରା କରିପାରିବେ ତାହା ଉପରେ ‘ମେରି ସହେଲି’ କାମ କରିବ।

Comments are closed.