କରୋନା: ଆଜି ସୁସ୍ଥ ହେଲେ ୧୮୦୦ ସଂକ୍ରମିତ

ଭୁବନେଶ୍ଵର: ଦୀର୍ଘ ମାସ ପରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୫୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୦୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨, ୭୩, ୮୩୮କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଆଜି ଏହାର ସୂଚନା ଦେଇଛି।
ବିଭାଗ ଅନୁଯାୟୀ ଖୋର୍ଦ୍ଧାର ଜିଲ୍ଲାରୁ ସର୍ବାଧିକ ୨୩୩ ଜଣ କୋଭିଡ୍-୧୯ରୁ ମୁକ୍ତ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୧୪୮, ନୂଆପଡାରୁ ୧୦୦, ମୟୂରଭଞ୍ଜରୁ ୯୪, ଅନୁଗୁଳରୁ ୮୧, ସୁନ୍ଦରଗଡରୁ ୭୬, କେନ୍ଦୁଝରରୁ ୭୪, ବାଲେଶ୍ଵରରୁ ୭୨, ପୁରୀରୁ ୬୯, ଯାଜପୁରରୁ ୬୬, ବରଗଡରୁ ୬୫, କେନ୍ଦ୍ରାପଡାରୁ ୬୨, ବଲାଙ୍ଗୀରରୁ ୬୦, ଭଦ୍ରକରୁ ୬୦, ଜଗତସିଂହପୁରରୁ ୬୦, ନବରଙ୍ଗପୁରରୁ ୫୩, କୋରାପୁଟରୁ ୪୪ ଜଣ ଅଂକ୍ରମିତ ଆରୋଗ୍ୟଲାଭ କରିଛନ୍ତି।
ସେହିପରି କଳାହାଣ୍ଡିରୁ ୪୨, ଝାରସୁଗୁଡାରୁ ୪୦, ଢେଙ୍କାନାଳରୁ ୩୫, ମାଲକାନଗିରିରୁ ୩୫, ସମ୍ବଲପୁରରୁ ୩୫, ଗଞ୍ଜାମରୁ ୨୯, କନ୍ଧମାଳରୁ ୨୯, ସୋନପୁରରୁ ୨୯, ନୟାଗଡରୁ ୨୭, ରାୟଗଡାରୁ ୧୨, ଦେବଗଡରୁ ୮, ଗଜପତିରୁ ୭ ଏବଂ ବୌଦ୍ଧ ଜିଲ୍ଲାରୁ ୬ ଜଣ କରୋନାରୁ ମୁକ୍ତ ହୋଇଛନ୍ତି।
ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫୪୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨,୮୮, ୬୪୬ରେ ପହଞ୍ଚିଛି। ସେହି ପରି ରାଜ୍ୟରେ ଆଉ ୧୧ ଜଣଙ୍କ କରୋନାରେ ପ୍ରାଣଘାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୦ ଛୁଇଁଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟ ସଂଖ୍ୟା ୨, ୭୩, ୮୩୮କୁ ବୃଦ୍ଧି ଘଟିଛି।
Comments are closed.