Odisha Link
Bridging the Missing Links in Odisha

ଲିଙ୍ଗରାଜ ମନ୍ଦିରରେ ୫ଟି ସଚିବ

ଭୁବନେଶ୍ୱର: ଆଜି ବଡି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାମର ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ। ଏକାମ୍ର କ୍ଷେତ୍ରର ବିକାଶମୂଳକ କାମର ସମୀକ୍ଷା କରିଛନ୍ତି ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ବେଳେ ନଭେମ୍ୱର ସୁଦ୍ଧା ସରିବ ସମସ୍ତ ଜମି ଅଧିଗ୍ରହଣ କାମ।

ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ତେବେ ୫ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର ଏବଂ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାର ଓ ବିଏମ୍‌ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି।