Odisha Link
Bridging the Missing Links in Odisha

ଆସିଲା ଅନ୍‌ଲକ୍‌ ୬ ଗାଇଡ୍‌ଲାଇନ୍‌: କ’ଣ ରହିଛି ନୂଆ ନିୟମ ଜାଣନ୍ତୁ…

ଭୁବନେଶ୍ଵର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୬.୦ ବା ନଭେମ୍ବର ମାସ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାଜ୍ୟରେ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ନବମରୁ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ନଭେମ୍ବର ୩୦ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ବଳବତ୍ତର ରହିବ।

ସେପଟେ ସିନେମା ହଲ୍, ଥିଏଟର, ଅଡିଟୋରିୟମ ଓ ସୁଇମିଂ ପୁଲ୍ ମଧ୍ୟ ନଭେମ୍ବର ୧୫ଯାଏଁ ବନ୍ଦ ରହିବ। କେବଳ କ୍ରୀଡାବୀତ ମାନଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ। ବିବାହ କାର୍ଯ୍ୟରେ ସାମିଲ ହେବା ପାଇଁ ସର୍ବାଧିକ ୨୦୦ ଜଣଙ୍କୁ ଅନୁମତି ମିଳିବ। ସେହିପରି ଅନ୍ତିମ ସଂସ୍କାରରେ ୫୦ ଜଣ ସାମିଲ ହୋଇ ପାରିବେ। ନଭେମ୍ବର ୩୦ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ।

Comments are closed.