Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ, ବଧୂ ବେଶ ଫଟୋ ଭାଇରାଲ

ମୁମ୍ବାଇ: ନିଜର ଗ୍ଲାମରିୟସ୍‌ ଲୁକ୍‌ ଓ ଅଭିନୟ ପାଇଁ ସମସ୍ତ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶୁକ୍ରବାର ଦିନ କାଜଲ ତାଙ୍କ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ବିବାହ କରିଛନ୍ତି। ଗତକାଲି ଏକ ହୋଟଲରେ ଦୁହେଁ ବିବାହ ବନ୍ଧରେ ଆବଦ୍ଧ ହୋଇଛନ୍ତି। କରୋନା ପାଇଁ କେବଳ ଘର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। କାଜଲ୍ ଏବଂ ଗୌତମଙ୍କ ବରମାଳାର ଫଟୋ ସାମନାକୁ ଆସିଛି। ଉଭୟଙ୍କ ଏହି ଡ୍ରିମ୍ ଓ୍ବେଡିଂର ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଉଭୟେ ସେମାନଙ୍କ ନୂଆ ଯାତ୍ରା ଆରମ୍ଭ କରିଛନ୍ତି।

କାଜଲ ଓ ଗୌତମଙ୍କ ବିବାହର ଫଟୋ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବଧୂ ବେଶରେ କାଜଲ୍ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ମଥା ପଟ୍ଟି,କମରବନ୍ଧ ଏବଂ ହେଭି ନେକଲେସ୍ ତାଙ୍କ ଲୁକକୁ ପୂରା କରୁଛି। ଅପରପକ୍ଷେ ଗୌତମ ହ୍ବାଇଟ୍ କଲରର ଶେରଓ୍ବାନିରେ ନଜର ଆସିଛନ୍ତି।

ଉଭୟଙ୍କ ବରମାଳାର ରଙ୍ଗ ମଧ୍ୟ ହ୍ବାଇଟ୍। ଫଟୋ ଦେଖିଲେ ଯେମିତିକି ଦୁହେଁ ମେଡ ଫର ଇଚ୍ ଅଦର ପରି ଲାଗୁଛନ୍ତି।ତାଙ୍କ ଓ୍ବେଡିଂ ଭେନ୍ୟୁର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଓ୍ବେଡିଂ ଭେନ୍ୟୁ ଧଳା ଫୁଲରେ ସଜା ଯାଇଛି। ସବୁ କିଛି ବହୁତ କ୍ଲାସି ଲୁକ୍ ଦେଉଛି।

ବିବାହ ପୂର୍ବରୁ କାଜଲଙ୍କ ସଙ୍ଗୀତ, ମେନ୍ଦେନ୍ଦୀ ଓ ହଳଦୀ ସେରେମୋନି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। କାଜଲ ମଧ୍ୟ ବିବାହ ପୂର୍ବରୁ ଦୁଲ୍‌ହନ୍‌ ବେଶରେ ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେଆର କରି ଲେଖିଥିଲେ, ‘ଝଡ଼ ପୂର୍ବରୁ ଶାନ୍ତ’। ଯାହାକି ଏବେ ଖୁବ୍‌ ଭାଇରାଲ ହେଉଛି।

Comments are closed.