Odisha Link
Bridging the Missing Links in Odisha

ପୁଣି କ୍ରିକେଟ ମଇଦାନକୁ ଫେରିବେ ଇରଫାନ୍

ନୂଆଦିଲ୍ଲୀ: ପୁଣି ଥରେ କ୍ରିକେଟ ମଇଦାନକୁ ଓହ୍ଲାଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଇରଫାନ୍‌ ପଠାନ। ଏଥର ସୁଇଙ୍ଗ୍‌ ବୋଲରଙ୍କ ବୋଲିଂ ଦେଖିବାକୁ ପାଇବେ କ୍ରିକେଟ ପ୍ରମେୀ। ଇରଫାନ୍‌ ପଠାନ୍‌ ଲଙ୍କା ପ୍ରିମିୟର ଲିଗ୍‌ରେ କ୍ୟାଣ୍ଡି ଟସ୍କର୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି। ଏନେଇ ଇରଫାନ୍‌ ଓ କ୍ୟାଣ୍ଡି ଟସ୍କର୍ସର କୋଚ୍‌ ହସନ୍‌ ତିଲକରତ୍ନେ ସୂଚନା ଦେଇଛନ୍ତି।

ଇରଫାନ୍‌‌ କହିଛନ୍ତି ଯେ, ମୁଁ ଖେଳିବା ପାଇଁ ପ୍ରସ୍ତୁତ। ମୁଁ ଟି-୨୦ କ୍ରିକେଟରୁ ସନ୍ୟାସ ନେଇ ସାରିଛି ହେଲେ ପୁରା ଦୁନିଆରେ ଖେଳି ପାରିବି। ମୁଁ ଆଶା କରୁଛି ଯେ, ଏହାର ଫାଇଦା ଉଠାଇବା ଦରକାର। ଯାହା ମୁଁ ବିଗତ ୨ ବର୍ଷ ହେଲା କରି ପାରିନାହିଁ।

ଆହୁରି କହିଛନ୍ତି ଯେ, ମୁଁ ପୂର୍ବଭଳି ଖେଳି ପାରିବି। ସେଥିପାଇଁ ମୋତେ ଧିରେ ଧିରେ ଆରମ୍ଭ କରିବାକୁ ପଡ଼ିବ। ଆଗକୁ କଣ ହେଉଛି ତାହା ଦେଖିବା ବାକି ରହିଲା ବୋଲି ଇରଫାନ୍‌ କହିଛନ୍ତି। ଇରଫାନ୍‌ ପଠାନ୍‌ ଭାରତ ପାଇଁ ୨୯ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୪ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୩୬ ବର୍ଷୀୟ ଇରଫାନ୍‌ ପଠାନ୍‌ ଶେଷ ଥର ପାଇଁ ୨୦୧୯ରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ପ୍ରକାଶ ଯେ,, ଏହି ଲିଗ୍‌ ନଭେମ୍ବର ୨୧ରୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ୨ଟି ଷ୍ଟାଡିୟମ୍‌ରେ ଖେଳାଯିବ। ମୋଟ ୧୫ ଦିନରେ ୨୩ଟି ମ୍ୟାଚ୍‌ ଖେଳାଯିବ।

Comments are closed.