ଆଜି କାର୍ତ୍ତିକ ପ୍ରଥମ ସୋମବାର, ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର। କରୋନା ମହାମାରୀ ମଧ୍ୟରେ ହବିଷ ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳୀ। ଫଳରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେହବିଷ୍ୟାଳୀଙ୍କ ଭିଡ ଦେଖିବାକୁ ମିଳିଛି। ମାତ୍ର ସବୁ ବର୍ଷ ଭଳି ଚଳିତ ବର୍ଷ କରୋନା ଯୋଗୁଁ ଭିଡ଼ କମିଛି। ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ମାନେ ହବିଷ ବ୍ରତ ପାଳନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ହବିଷ୍ୟାଳୀମାନେ ଯେଭଳି ସୁବିଧାରେ ଅବଢ଼ା ପାଇ ପାରିବେ ସେ ନେଇ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାରରେ ମହାପ୍ରସାଦ ମିଳିବା ନେଇ ବ୍ୟବସ୍ଥା ହୋଇଛି।
ଆଜି ସକାଳେ ହବିଷ୍ୟାଳୀ ବ୍ରତଧାରୀଙ୍କ ହରିବୋଲ, ହୁଳହୁଳିରେ କମ୍ପିଥିଲା ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଅଞ୍ଚଳ। ବ୍ୟାରିକେଡ଼ ବାହରୁ ପତିତପାବନଙ୍କ ଦର୍ଶନ କରି ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିଛନ୍ତି ହବିଷ୍ୟାଳୀ। ଠାକୁର ଦର୍ଶନ କରି ନ କରି ପାରୁଥିବାରୁ ବହୁ ଶ୍ରଦ୍ଧାଳୁ ଦୁଃଖ ପ୍ରକାଶ କରିଛନ୍ତି।
ଏଥିସହ କାର୍ତ୍ତିକ ମାସରେ ଧବଳେଶ୍ବର ପୀଠରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ମନ୍ଦିର ଦର୍ଶନ ବାରଣ ଥିବାରୁ ଧବଳେଶ୍ବର ପୀଠ ଖାଁ ଖାଁ ଲାଗୁଛି।
Comments are closed.