Odisha Link
Bridging the Missing Links in Odisha

ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮% ମତଦାନ

ଭୁବନେଶ୍ବର: ଆଜି ବାଲେଶ୍ବପର ସଦର ଓ ତିର୍ତ୍ତୋଲ ନିର୍ବାଚନା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିବାର ସୂଚନା ମିଳିଛି।

ଏହା ମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡ଼ି ବ୍ଲକରେ ୩୭.୧୧%, ରଘୁନାଥପୁର ବ୍ଲକରେ ୩୮.୮୦% ଓ ତିର୍ତ୍ତୋଲ ବ୍ଲକରେ ୪୧.୯୭% ମତଦାନ ହୋଇଛି। ଏଠାରେ ୯୪, ୧୭୪ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ଆଜି ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବାକୁ ଥିବା ବେଳେ ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ।

Comments are closed.