Odisha Link
Bridging the Missing Links in Odisha

ଶତାଧିକ ମହିଳାଙ୍କୁ ପଠାଇଲେ ନିଜ ଅଶ୍ଳୀଳ ଫଟୋ, ଆଉ ତା’ ପରେ…

କର୍ଣ୍ଣାଟକ: ଶତାଧିକ ମହିଳାଙ୍କୁ ନିଜ ଅଶ୍ଳୀଳ ଫଟୋ ପଠାଇ ୫୪ ବର୍ଷୀୟ ବ୍ୟକ୍ତି ଗିରଫ। ବ୍ୟକ୍ତି ଜଣଙ୍କ ୬ ମାସ ମଧ୍ୟରେ ୧୨୦ ମହିଳା ସମେତ ୨୦୦ରୁ ଅଧିକ ବ୍ୟକ୍ତିଙ୍କୁ ନିଜ ଅଶ୍ଳୀଳ ଫଟୋ ପଠାଇଛନ୍ତି।କର୍ଣ୍ଣାଟକ ପୋଲିସ ଗତ ଶୁକ୍ରବାର ଦିନ ୫୪ ବର୍ଷୀୟ ବ୍ୟକ୍ତିଙ୍କୁ ଏହି ମାମଲାରେ ଗିରଫ କରିଛି। ଏକ ସପ୍ତାହ ପୂର୍ବରୁ କିଛି ଲୋକ ପୋଲିସରେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଏକ ଅଜଣା ନମ୍ବରରୁ ଅଶ୍ଳୀଳ ଫଟୋ ପଠାଯାଉଛି। ପୋଲିସ ରାମକୃଷ୍ଣଙ୍କ ମୋବାଇଲ ଫୋନକୁ ଟ୍ରାକ କରି ଚଲ୍ଲକେରେ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଛି।

ପୋଲିସ ତାଙ୍କୁ ଗିରଫ କରିବା ପରେ ରାମକୃଷ୍ଣ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗକୁ ସ୍ୱୀକାର କରିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ରାମକୃଷ୍ଣ ସେହି ନମ୍ବରକୁ ମଧ୍ୟ ଫଟୋ ପଠାଇଥିଲେ ଯାହାଙ୍କୁ ସେ ଚିହ୍ନି ନଥିଲେ। ଚଲ୍ଲକେରେର ପ୍ରାୟ ୫୦ ମହିଳାଙ୍କ ପାଖକୁ ମଧ୍ୟ ସେ ,ସେହି ଫୋଟ ପଠାଇଥିଲେ।

କେବଳ ସେତିକି ନୁହେଁ କିଛି ମହିଳାଙ୍କୁ ମଧ୍ୟ ସେ ତାଙ୍କ ଫଟୋ ପଠାଇବାକୁ କହୁଥିଲେ। ବର୍ତ୍ତମାନ ରାମକୃଷ୍ଣଙ୍କୁ ଗିରଫ କରି ଚିତ୍ରଦୁର୍ଗର ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର କରାଯାଇଛି। ଏହା ପରେ ୧୪ ଦିନର ନାୟିକ ହେପାଜତରେ ପଠାଯାଇଛି।

Comments are closed.