Odisha Link
Bridging the Missing Links in Odisha

ଟ୍ରୋଲ୍‌ର ଶିକାର ହେଲେ ବିଗ ବି

ମୁମ୍ବାଇ: ବଲିଉଡର ବିଗ ବି ଟ୍ରୋଲର ଶିକାର ହୋଇଛନ୍ତି। ଅମିତାଭ ବଚ୍ଚନ ସୋଶିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି। ଏଥିସହିତ ନିଜର ଦିନଚର୍ଯ୍ୟା ବିଷୟରେ ମଧ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ସହ ଶେୟାର କରିଥାନ୍ତି।

ଅମିତାଭ ନିଜର ଏକ ଫଟୋ ସୋଶିଆଲ ମିଡିଆରେ ଶେୟାର କରି ଏକ କ୍ୟାପ୍‌ସନ ଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ ହେବାକୁ ପଡ଼ିଛି।

ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ଲୋକଙ୍କ ପାଖରେ ୩ ଘଣ୍ଟା ଫୁର୍ସତ ଅଛି, ସେଥିପାଇଁ ତ ଆପଣଙ୍କ ପରି ଆକ୍ଟର ନିଜର ଘର ଚଳାଉଛନ୍ତି।

ଅନ୍ୟଜଣେ ଲେଖିଛନ୍ତି ‘ଆପଣ ଆମ ନଜରରେ ହିରୋ ଥିଲେ। ଏବେ ଜିରୋ ହୋଇଗଲେ।’ ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, ‘ ସେଥିପାଇଁ ତ ଆପଣମାନେ ଧନ୍ଦା ଚଲାଉଛନ୍ତି। ନହେଲେ କାହିଁକି ଆମେ ଟଙ୍କା ଏବଂ ସମୟ ନଷ୍ଟ କରି ତୁମ ସିନେମା ଦେଖିବୁ ? ହଁ, ଆପଣ ମାନେ ଯେଉଁ ‘ରଇସ’ ହୋଇପାରିଛନ୍ତି ତାହା ଆମର ଫୁର୍ସତର ଦିନ ଅଟେ।’

Comments are closed.