Odisha Link
Bridging the Missing Links in Odisha

ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ଚର୍ଚ୍ଚାରେ ଏହି ନେତା

ଗୁଜରାଟ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ଏବେ ଚର୍ଚ୍ଚାରେ। ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “ରଜତ ତୁଳା” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ସି ଆର୍‌ ପାଟିଲ ଏହି ରୂପା ଦାନ କରିଛନ୍ତି।

“ରଜତ ତୁଳା” କାର୍ଯ୍ୟକ୍ରମରେ ସି ଆର୍‌ ପାଟିଲଙ୍କୁ ନିକିତିର ଗୋଟିଏ ପାର୍ଶ୍ୱରେ ବସାଯାଇଥିବା ବେଳେ ଅପରପାର୍ଶ୍ୱରେ ସେତିକି ଓଜନର ରୂପା ରଖାଯାଇଥିଲା। ପାଟିଲଙ୍କ ନିଜ ଓଜନ ୯୬ କିଲୋ ହୋଇ ଥିବାବେଳେ ସେ ୧୦୧ କିଲୋ ରୂପା ଦେଇଥିଲେ। ଏହି ରୂପାକୁ ସେବା କାର୍ଯ୍ୟରେ ନିୟୋଜିତ ୧୫ରୁ ଅଧିକ ଅନୁଷ୍ଠାନ ମଧ୍ୟରେ ବଣ୍ଟନ କରାଯିବ ବେଲି ଜଣାପଡିଛି।

Comments are closed.