Odisha Link
Bridging the Missing Links in Odisha

ଗୋରୁ ବୋଝେଇ ଟ୍ରକ୍ ଜବତ: ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ସୋର: ବେଆଇନ ଗୋରୁ ବୋଝେଇ ହେଉଥିବା ଏକ ଟ୍ରକ୍ ଏବଂ ପିକଅପ୍ ଭ୍ୟାନ୍ ଜବତ। ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ସେରଗଡ଼ ଫାଣ୍ଡି ପୋଲିସ ଜବତ କରିଛି। ଡ୍ରାଇଭର ଓ ହେଲପରଙ୍କ ସମେତ ୫ଜଣଙ୍କୁ ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ଅଟକ ରଖିଛି ପୋଲିସ। ଆନୁମାନିକ ଭାବେ ୧୫୦ରୁ ଉର୍ଦ୍ଧ୍ବ ଗୋରୁଙ୍କୁ ନେଇ ଭଦ୍ରକରୁ ପଶ୍ଚିମବଙ୍ଗ ଦେଇ ବାଙ୍ଗଲାଦେଶ ଯାଉଥିବାର ପ୍ରାଥମିକ ଭାବେ ଜଣାପଡିଛି।

ସୂଚନା ମୁତାବକ, ଭଦ୍ରକ ଅଞ୍ଚଳରୁ କିଛି ଗୋରୁ ବୋଝେଇ ଟ୍ରକ୍ ଏବଂ ପିକଅପ୍ ବାଲେଶ୍ବର ଅଭିମୁଖେ ଆସୁଥିବା ନେଇ ଖନ୍ତାପଡ଼ା ଥାନାର ସେରଗଡ଼ ଫାଣ୍ଡି ପୋଲିସ ଖବର ପାଇଥିଲା। ଖବର ପାଇ ଟୋଲଗେଟ୍ ନିକଟରେ ଫାଣ୍ଡି ଅଧିକାରୀ କ୍ରିଷ୍ଣା ପିଙ୍ଗୁଆଙ୍କ ଜଗି ରହିଥିଲେ। ରାତି ପ୍ରାୟ ୩ଟା ସମୟରେ ସେରଗଡ଼ ଟୋଲଗେଟ୍ ନିକଟରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ କରିବାରୁ ୪ଟି ଟ୍ରକ୍ ଏବଂ ଗୋଟିଏ ପିକଅପ୍ ଭ୍ୟାନରେ ଅମାନୁଷିକ ଭାବେ ଗୋରୁ ବନ୍ଧାଯାଇ ଚାଲାଣ ହେଉଥିଲେ।

ବେଆଇନ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଫାଣ୍ଡି ପୋଲିସ ଡ୍ରାଇଭର ଓ ହେଲପର ସମେତ ୫ ଜଣଙ୍କୁ ଅଟକ ରଖିବା ସହ ଗାଡିଗୁଡିକୁ ଜବତ କରିବା ସହ ବାମପଦା ଗୋଶାଳାରେ ଗୋରୁଗୁଡିକୁ ରଖିଥିବାର ଜଣାପଡିଛି।

Comments are closed.