Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୦: ଫାଇନାଲରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ

 ଦୁବାଇ: ଚଳିତ ଆଇପିଏଲ ଫାଇନାଲରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ। ଗତକାଲି ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଚଳିତବର୍ଷ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା କାଲି ଫାଇନାଲରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଶ୍ରେୟାସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍। ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ୪ ଥର ଆଇପିଏଲ୍ ଟାଇଟଲ ଜିତିିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି।

ଗତକାଲି ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଦିଲ୍ଲୀ। ଆରମ୍ଭରୁ ଓପନିଂ ଯୋଡ଼ି ଶିଖର ଧୱନ ଓ ମାର୍କ ଷ୍ଟାଇନିସ୍ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଦେଇଥିଲେ। ଧୱନ ୫୦ ବଲରେ ୭୮ ରନ କରିଥିଲେ। ସେହିପରି ଷ୍ଟୋଇନିସ୍ ୩୮ ରନ୍, ହେଥମାୟାର ୨୨ ବଲରୁ ୪୨ ରନ୍ କରିଥିଲେ। ଫଳରେ ଦିଲ୍ଲୀ ୩ ୱିକେଟ ହରାଇ ୧୮୯ ରନର ବିଶାଳ ସ୍କୋର କରିଥିଲା।

ଜବାବରେ ସନରାଇଜର୍ସ ହାଇଦ୍ରବାଦକୁ ଆରମ୍ଭରୁ ଝଟକା ମିଳିଥିଲା। ମାତ୍ର ୧୨ ରନ୍ ଥିବା ବେଳେ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଆଉଟ୍ ହୋଇଯାଇଥିଲେ। ୱିଲିୟମ୍ସ ୪୫ ବଲରେ ୬୭ ରନ୍ କରିଥିଲେ । ସେହିପରି ଅବଦୁଲ ସମଦ ୧୬ ବଲରୁ ୩୩ ରନ୍ କରିଥିଲେ। ହେଲେ ୧୯୦ ଟାର୍ଗେଟ୍‌ରେ ପହଞ୍ଚିପାରି ନଥିଲା ହାଇଦ୍ରାବାଦ। ଫଳରେ ଦିଲ୍ଲୀ ଏହି ମ୍ୟାଚକୁ ୧୭ ରନରେ ବିଜୟୀ ହୋଇଥିଲା।

Comments are closed.