Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ୧୩୧୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଠାରୁ ସୁସ୍ଥ‌ଙ୍କ ହାର ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୩୧୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୮୮ ହଜାର୧୬୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୪, ମୟୂରଭଞ୍ଜରୁ ୮୬, ନୂଆପଡାରୁ ୬୭, ଜଗତସିଂହପୁରରୁ ୬୪, ଯାଜପୁରରୁ ୬୨, ପୁରୀରୁ ୫୯, କେନ୍ଦ୍ରାପଡାରୁ ୫୭, ବାଲେଶ୍ୱରରୁ ୫୫, କେନ୍ଦୁଝରରୁ ୫୪, ବଲାଙ୍ଗୀରରୁ ୫୨, ଅନୁଗୋଳରୁ ୪୬, ନବରଙ୍ଗପୁରରୁ ୪୩ ଜଣ, ଢେଙ୍କାନାଳରୁ ୩୮, ନୟାଗଡରୁ ୩୮, କଳାହାଣ୍ଡିରୁ ୩୭, ସୁନ୍ଦରଗଡରୁ ୩୫, କୋରାପୁଟରୁ ୩୩, ବରଗଡରୁ ୩୨, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୬, ଭଦ୍ରକରୁ ୨୨, ସମ୍ବଲପୁରରୁ ୨୧, ଝାରସୁଗୁଡାରୁ ୨୦, ସୋନପୁରରୁ ୧୭, କନ୍ଧମାଳରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.