Odisha Link
Bridging the Missing Links in Odisha

ବାଇଡେନ୍‌ଙ୍କୁ ‘ଗଜନୀ’ ସହ ତୁଳନା କଲେ କଙ୍ଗନା

ନୂଆଦିଲ୍ଲୀ: ଆମେରିକା ନିର୍ବାଚନକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସବୁ ଘଟଣାରେ ନିଜର ମତ ରଖୁଥିବା କଙ୍ଗନା ରଣାୱତ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋସେଫ୍‌ ଆର୍‌ ବାଇଡେନ୍‌ ଓ ନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କର ବିଜୟ ଉପରେ ମଧ୍ୟ ଖୋଲାଖୋଲି ଭାବେ ନିଜର ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନା ବାଇଡେନ୍‌ଙ୍କର ବିଜୟରେ କଠୋର ଉକ୍ତି ରଖିଥିବା ବେଳେ , କମଳା ହାରିସ୍‌ଙ୍କର ବିଜୟକୁ କଙ୍ଗନା ମହିଳାଙ୍କର ବିଜୟ ସହ ତୁଳନା କରିଛନ୍ତି।

ଆମେରିକା ନିର୍ବାଚନକୁ ନେଇ କଙ୍ଗନା ଟ୍ବିଟ୍‌ କରି ଲେଖିଛନ୍ତି, ଗଜନୀ ବାଇଡେନ୍‌ଙ୍କ ବିଷୟରେ ସୁନିଶ୍ଚିତ ନୁହେଁ ଯାହାଙ୍କର ତଥ୍ୟ ପ୍ରତି ୫ମିନିଟ୍‌ରେ କ୍ରାସ୍‌ ହୋଇଯାଏ। ଏତେ ସବୁ ଔଷଧର ଇଞ୍ଜେକ୍ସନ , ଯାହା ଏଥିରେ ଇଜେକ୍ଟ କରାଯାଇଛି, ଲାଗୁଛି ସେ ୧ବର୍ଷରୁ ଅଧିକା ରହିପାରିବେ। ଏହା ସ୍ପଷ୍ଟ ଯେ, କମାଳା ହାରିସ୍‌ ଶୋ’କୁ ଆଗକୁ ନେବେ। ଯେବେ ଜଣେ ମହିଳା ଉଠେ, ସେ ଅନ୍ୟ ମହିଳାଙ୍କ ପାଇଁ ମଧ୍ୟ ରାସ୍ତା ତିଆରି କରେ। ଏହି ଐତିହାସିକ ଦିନର ନାଁରେ ଚିୟର୍ସ।

ବାଇଡେନ୍‌ଙ୍କୁ ଗଜନୀ ଓ ତାଙ୍କର ତଥ୍ୟ କ୍ରାସ୍‌ ହେବା କଙ୍ଗନାଙ୍କର ଅର୍ଥ ବାଇଡେନ୍‌ଙ୍କର ସ୍ମରଣ ଶକ୍ତି ସହ ସଂପୃକ୍ତ। ସେ ବାଇଡେନଙ୍କୁ ଫିଲ୍ମ ‘ଗଜନୀ’ରେ ଆମିରଙ୍କ ପରି ଅନ୍ୟ କ୍ଷଣରେ ସବୁ କିଛି ଭୁଲି ଯାଉଥିବା ଚରିତ୍ର ପରି ତୁଳନା କରିଛନ୍ତି। ଏଥିସହ କଙ୍ଗନା ବାଇଡେନ୍‌ଙ୍କ ବିଜୟରେ ନୁହେଁ, କମଳା ହାରିସ୍‌ଙ୍କର ଜିତିବାକୁ ନେଇ ବହୁତ ଖୁସି ଏବଂ ଏହାକୁ ସେ ମହିଳାଙ୍କର ବିଜୟ ବୋଲି କହିଛନ୍ତି।

ସୂଚନା ଯୋଗ୍ୟ, ୫୬ ବର୍ଷିୟା କାର୍ଲିଫର୍ଣ୍ଣିଆର ସିନେଟର କମଳା ହାରିସ୍‌ ୩ ଜଣ ଏସୀୟ- ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ। ସେ ଏହି ଚାମ୍ୱରରୁ ଆସିଥିବା ପ୍ରଥମ ଭାରତୀୟ -ଆମେରିକୀୟ ସିନେଟର ଅଟନ୍ତି।

Comments are closed.