Odisha Link
Bridging the Missing Links in Odisha

ବିହାର ନିର୍ବାଚନ ଫଳାଫଳ: ଏନଡିଏ ୧୨୫ ଆସନରେ ଆଗଆ, ୧୦୫ରେ ମହାମେଣ୍ଟ

ବିହାର: ଆଜି ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ମତଗଣନା ଜାରି ରହିଛି। ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟ ସରକାର ଗଢିବା ଅନୁମାନ କରାଯାଉଥିବା ବେଳେ ଏବେ ଏନଡିଏ ସରକାର ଗଠନ କରିବା ଭଳି ପରିସ୍ଥିତି ଆଡକୁ ମୁହାଉଁଥିବା ଜଣାପଡୁଛି।

ମିଳିଥିବା ସୂଚନା ଅନୁସାରେ, ଏନଡିଏ ୧୨୫ ଓ ମହାମେଣ୍ଟ ୧୦୫ଟି ଆସନରେ ଆଗୁଆ ଅଛନ୍ତି। ସରକାର ଗଠନ ପାଇଁ ଏନଡିଏ ସ୍ପଷ୍ଟ ବହୁମତ ହାସଲ କରିବାର ସମ୍ଭାବନା ବୃଦ୍ଧି ପାଉଥିବା ବେଳେ ଏଲଜେପି ୭ଟି ଆସନରେ ଏବଂ ଅନ୍ୟ ଦଳଗୁଡିକ ୨ଟି ଆସନରେ ଆଗୁଆ ଅଛନ୍ତି। ଇତି ମଧ୍ୟରେ ଜେଡିୟୁ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରେ ପହଂଚିବା ଆରମ୍ଭ କରିଛନ୍ତି।

ସେହିପରି ରାଧପୁର ଆସନରୁ ତେଜସ୍ୱି ଯାଦବ ଆଗରେ ଥିବା ବେଳେ ହାସନପୁର ଆସନରେ ତାଙ୍କ ବଡ ଭାଇ ତେଜ ପ୍ରତାପ ଯାଦବ ପଛରେ ଅଛନ୍ତି। ୬ ରାଉଣ୍ଡ ମତ ଗଣନା ପରେ ଏନଡିଏ ୧୧୯ ଆସନରେ ଆଗୁଆ ଥିବା ବେଳେ ବିକାଶଶୀଳ ଇନସାନ ପାର୍ଟି ୬ଟିରେ ଆଗରେ ଅଛି। ସେହିପରି ମହାମେଣ୍ଟ ୧୦୦ ଆସନରେ ଆଗରେ ରହିଛି। ବିଜେପି ୬୧, ଜେଡିୟୁ ୫୧, ଆରଜେଡି ୬୨, କଂଗ୍ରେସ ୨୦ ଏବଂ ବାମ ଦଳ ୧୮ଟି ଆସନରେ ନିଜ ବିରୋଧୀ ପ୍ରାର୍ଥୀଙ୍କ ଠାରୁ ଆଗରେ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଉତ୍ତର ବିହାରର ୭୩ଟି ଆସନ ମଧ୍ୟରୁ ଏନଡିଏ ୪୩ଟି, ମହାମେଣ୍ଟ ୨୮ଟି ଏବଂ ଏଲଜେପି ୨ଟି ଆସନରେ ଆଗରେ ରହିଥିବା ବେଳେ ମଧ୍ୟ ଭୋଜପୁରର ୬୯ଟି ଆସନ ମଧ୍ୟରୁ ଏନଡିଏ ୨୪ ଓ ମହାମେଣ୍ଟ ୪୧, ମିଥିଳାଞ୍ଚଳରେ ଏନଡିଏ ୨୮, ମହାମେଣ୍ଟ ୨୦ ଏବଂ ଏଲଜେପି ୨, ଅଙ୍ଗ ପ୍ରଦେଶରେ ଏନଡିଏ ୧୬ ଓ ମହାମେଣ୍ଟ ୧୦ଟି ଓ ସୀମାଞ୍ଚଳରେ ଏନଡିଏ ୧୪ଟି ଏବଂ ମହାମେଣ୍ଟ ୬ଟି ଆସନରେ ଆଗୁଆ ରହିଛି।

Comments are closed.