Odisha Link
Bridging the Missing Links in Odisha

ନିର୍ବାଚନ ଫଳାଫଳ: ତିର୍ତ୍ତୋଲରେ ପଞ୍ଚମ ରାଉଣ୍ଡରେ ବିଜେଡି ଆଗୁଆ

ଜଗତସିଂହପୁର: ଆଜି ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଫଳା ପ୍ରକାଶ ପାଇବ। ତିର୍ତ୍ତୋଲ ଉପନିର୍ବାଚନରେ ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୬୪୦୦ ଭୋଟରେ ଆଗୁଆ ରହିଥିବା ଜଣାଯାଇଛି।

ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ମୋଟ୍ ୧୮୩୯୭ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୧୧,୯୯୭ଟି ଭୋଟ୍ ମିଳିଛି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୨୪୭ଟି ଭୋଟ୍ ପାଇଛନ୍ତି ।

ପ୍ରକାଶ ଯେ, ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୩୧୦ ଭୋଟରେ ଆଗୁଆ ରହିଥିଲେ। ଦ୍ବିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୭୮୬୭ଟି ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୫୫୭ଟି ଭୋଟ୍ ମିଳିଥିଲା। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୧୦୫୭ଟି ଭୋଟ୍ ପାଇଥିଲେ ।

Comments are closed.