Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୯୮୭ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ହଜାରେ ତଳକୁ ଖସିଛି କରୋନ ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରୁ ଆଉ ୯୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୮୦ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୨ ଜଣ ସଙ୍ଗରୋଧରୁ ରହିଥିବା ବେଳେ ୪୧୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୬ଜଣ, ବାଲେଶ୍ୱରରୁ ୨୫ଜଣ, ବରଗଡ଼ରୁ ୩୧ଜଣ, ଭଦ୍ରକରୁ ୪ଜଣ, ବଲାଙ୍ଗୀରରୁ ୪୩ଜଣ, ବୌଦ୍ଧରୁ ୭ଜଣ, କଟକରୁ ୮୫ଜଣ, ଦେଓଗଡ଼ରୁ ୨ଜଣ, ଢେଙ୍କାନାଳରୁ ୨୨ଜଣ, ଗଞ୍ଜାମରୁ ୯ଜଣ, ଜଗତସିଂହପୁରରୁ ୪୫ଜଣ, ଯାଜପୁରରୁ ୨୭ଜଣ, ଝାରସୁଗୁଡ଼ାରୁ ୩୪ଜଣ, କଳାହାଣ୍ଡିରୁ ୨୩ଜଣ, କନ୍ଧମାଳରୁ ୮ଜଣ, କେନ୍ଦ୍ରାପଡ଼ାରୁ ୬୦ଜଣ, କେନ୍ଦୁଝରରୁ ୩୦ଜଣ, ଖୋର୍ଦ୍ଧାରୁ ୮୬ଜଣ, କୋରାପୁଟରୁ ୭ଜଣ, ମାଲକାନଗିରିରୁ ୪ଜଣ, ମୟୁରଭଞ୍ଜରୁ ୮୪ଜଣ, ନବରଙ୍ଗପୁରରୁ ୨୨ଜଣ, ନୟାଗଡ଼ରୁ ୧୧ଜଣ, ନୂଆପଡାରୁ ୪୧ଜଣ, ପୁରୀରୁ ୨୯ଜଣ, ରାୟଗଡ଼ାରୁ ୧୧ଜଣ, ସମ୍ବଲପୁରରୁ ୧୭ଜଣ, ସୋନପୁରରୁ ୯ଜଣ, ସୁରନ୍ଦରଗଡ଼ରୁ ୧୦୭ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୮ଜଣ ରହିଛନ୍ତି।

Comments are closed.