Odisha Link
Bridging the Missing Links in Odisha

ମୁନ୍ନା ଲାଡ଼େନ ଗିରଫ

କଟକ: କଟକ କମିଶନରେଟ ପୁଲିସକୁ ମିଳିଛି ବଡ଼ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ମୁନ୍ନା ଲାଦେନ ଗିରଫ ହୋଇଛି। ମୁନ୍ନା ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତା’ଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ ଓ ୬ଟି ଜୀବନ୍ତ ଗୁଳି ଜବତ କରିଛି ଦରଘାବଜାର ଥାନା ପୁଲିସ୍।

ପ୍ରକାଶ ଯେ, ଗତକାଲି କିଛି ଦୁର୍ବୃତ୍ତ ରେଭେନ୍ସା କଲିଜିଏଟ ସ୍କୁଲ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅଟକାଇ ବଟି ମାଗୁଥିବା ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଘଟଣାସ୍ଥଳରୁ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ମୁନ୍ନାକୁ ଧରିବାରେ ସଫଳ ହୋଇଥିଲା ପୁଲିସ। ମୁନ୍ନା ଟିଟୋ ଗ୍ୟାଙ୍ଗର ପ୍ରମୁଖ ସହଯୋଗୀ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

Comments are closed.