Odisha Link
Bridging the Missing Links in Odisha

କାଲି ଅପରାହ୍ନରେ ‘ମୋ ବସ୍’ ବନ୍ଦ

ଭୁବନେଶ୍ବର: ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ଆସନ୍ତାକାଲି ‘ମୋ ବସ୍’ ଚଳାଚଳ ଉପରେ କଟକଣା ଲଗାଯାଇଛି। ଆସନ୍ତାକାଲି ୧୫ଟି ରୁଟରେ ଅପରାହ୍ନ ୨ଟା ପର୍ୟ୍ୟନ୍ତ ‘ମୋ ବସ୍’ ଚାଲିବ। ତେବେ ଅପରାହ୍ନ ୨ ପରଠାରୁ ରାତି ଯାଏ ‘ମୋ ବସ’ ଯାତାୟତ କରିବ ନାହିଁ ବୋଲି ରାଜ୍ୟ ସରକାର ନିର୍ଦେଶ ଜାରି କରିଛନ୍ତି।

ସେହିପରି ଆସନ୍ତାକାଲି କାଉଣ୍ଟର୍ ଓ ମାଷ୍ଟରକ୍ୟାଣ୍ଟିନ ଟର୍ମିନାଲ୍ ମଧ୍ୟ ବନ୍ଦ ରହିବ ବୋଲି କ୍ରୁଟ୍‌ ସୂଚନା ଦେଇଛି। ଚଳିତ ବର୍ଷ ଦୀପାବଳିରେ ବାଣ ଫୁଟା ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଏପରିକି ରାଜ୍ୟରେ ବାଣ ଦୋକାନ ନଖୋଲିବାକୁ ନିର୍ଦେଶ ଦିଆଯାଇଛି।

Comments are closed.