Odisha Link
Bridging the Missing Links in Odisha

ଯୁକ୍ତ ତିିନି ସ୍ପଟ୍‌ ନାମଲେଖା ପାଇଁ ବାହାରିଲା ତାଲିକା

ଭୁବନେଶ୍ବର: ରାଜ୍ୟରେ ସମସ୍ତ କଲେଜରେ ଯୁକ୍ତ ତିନି ଦୁଇଟି ପର୍ଯ୍ୟାୟ ନାମଲେଖା ସରିବା ପରେ ୧ ଲକ୍ଷ ୧୭ ହଜାର ସିଟ୍‌ ଖାଲି ପଡିଛି। କଳାରେ ସର୍ବାଧିକ ୫୬ ହଜାର ୭୨୫ ସିଟ୍‌ ଖାଲି ପଡ଼ିଥିବା ବେଳେ ବାଣିଜ୍ୟରେ ୧୬ ହଜାର ୯୨୬ ସିଟ୍‌ ଖାଲି ପଡ଼ିଛି ।

ସେହିପରି ଫିଜିକାଲ୍‌ ସାଇନ୍ସରେ ୨୩ ହଜାର ୮୧୮ ସିଟ୍‌ ଖାଲି ପଡ଼ିଥିବା ବେଳେ ବାୟୋଲୋଜିକାଲ୍‌ ସାଇନ୍ସରେ ୧୩ ହଜାର ୩୩ଟି ସିଟ୍‌ ଖାଲି ପଡିଛି ବୋଲି ଷ୍ଟୁଡେଣ୍ଟ୍‌ ଏକାଡେମିକ୍‌ ମ୍ୟାନେଜମେଣ୍ଟ୍‌ ସିଷ୍ଟମ୍‌ ବା ସାମ୍ସରେ ସୂଚନା ଦିଆଯାଇଛି। ଏହି ସିଟ୍‌ଗୁଡିକ ପୂରଣ କରିବା ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜସ୍ତରରେ ସ୍ପଟ୍‌ ନାମଲେଖା ପ୍ରକ୍ରିୟା ଜାରି ରହିଛି।

ଆବେଦନକାରୀ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ତାଲିକା କଲେଜ ନୋଟିସ୍‌ ବୋର୍ଡ଼ରେ ପ୍ରକାଶ ପାଇଛି। ଯେଉଁମାନେ ଏହି ତାଲିକାରେ ସ୍ଥାନ ପାଇଛନ୍ତି, ସେମାନଙ୍କ ନାମଲେଖା ଆସନ୍ତା ୨୩ରୁ ଆରମ୍ଭ ହୋଇ ୨୭ ତାରିଖରେ ସରିବ।

Comments are closed.