Odisha Link
Bridging the Missing Links in Odisha

ବିଧାନସଭା: ଆସିଲା ପ୍ରଥମ ଦିନ କରୋନା ନମୁନା ରିପୋର୍ଟ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରେ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ, ସେମାନଙ୍କ ବ୍ୟକ୍ତିଗତ ସଚିବ, ସହାୟକ ଏବଂ ବିଧାନସଭା କର୍ମଚାରୀ, ସାମ୍ବାଦିକଙ୍କର କୋଡିଭ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏନେଇ ବିଧାନସଭାରେ ଗତକାଲି କରୋନା ଟେଷ୍ଟ କରାଯାଇଥିଲା।

ବିଧାନସଭାରେ ହୋଇଥିବା ପ୍ରଥମ ଦିନର କରୋନା ଟେଷ୍ଟ ରିପୋର୍ଟ ଆସିଛି। ରିପୋର୍ଟରେ ୨୮ ବିଧାୟକଙ୍କ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି। ଗତକାଲି ପ୍ରଥମ ଦିନରେ ମୋଟ ୬୭୩ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ରିପୋର୍ଟ ପଜିଟିଭ୍ ଥିବା ସୂଚନା ମିଳିଛି। ଆସନ୍ତାକାଲି ବିଧାନସଭାର ୩ ଦିନିଆ କୋଭିଡ ନମୁନା ପରୀକ୍ଷା ଶେଷ ହେବ।

କୋଭିଡ୍‌ ନିୟମ ମୁତାବକ, କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଲେ ହିଁ ବିଧାନସଭା ଯିବାକୁ ଅନୁମତି ମିଳିବ। ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟେଷ୍ଟ କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତଙ୍କର କୋଡିଭ୍ ଟେଷ୍ଟ କରାଯିବ। ଏହାସହ ପ୍ରତିଦିନ ବିଧାନସଭା ପରିସରକୁ ସାନିଟାଇଜ କରାଯିବ। ଏଥର ମଧ୍ୟ ସଦସ୍ୟମାନେ ଭିଡିଓ କନଫରେନି୍ସଂରେ ଭାଗ ନେଇପାରିବେ।

Comments are closed.