Odisha Link
Bridging the Missing Links in Odisha

ବିଧାନସଭା: ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: କରୋନା କଟକଣା ଭିତରେ ଆଜି ଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଦିବଂଗତ ନେତା ଓ କରୋନା ଯୋଦ୍ଧା ପ୍ରତି ଶୋକ ବ୍ୟକ୍ତ ପରେ ଗୃହକୁ ମୁଲତବୀ ରଖାଯାଇଥିଲା। ମୁଲତବୀ ପରେ ବିଧାନସଭା ଅପରାହ୍ନ ଅଧିବେଶନ ଆରମ୍ଭରୁ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ କରିଥିଲେ।

ପୁରୀ ହାଜତ ମୃତ୍ୟୁ ଅଭିଯୋଗ ନେଇ ଗୃହରେ ବିଜେପି ଓ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା ପରେ ଗୃହକୁ ୧୫ ମିନିଟ ମୁଲତବି କରାଯାଇଥିଲା। ସ୍ବାଭାବିକ ପରିସ୍ଥିତକୁ ଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୩୦ ମିନିଟ ମୁଲତବି ରଖିଥିଲେ। ହେଲେ କୌଣସି ଫଳପ୍ରଦ ହୋଇ ନ ଥିଲା।

ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୃହରେ ୫ଟି ବିଲ୍ ଉପସ୍ଥାପନ କରାଯାଇଛି। ଏହାପରେ ଆସନ୍ତା କାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରାଯାଇଛି।

Comments are closed.