Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ୧୦୧୧ ସଂକ୍ରମିତ ସୁସ୍ଥ

ଭୁବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୧୧ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୪,୯୦୮ରେ ପହଞ୍ଚିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୧୩୮ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୧୧୪, ବଲାଙ୍ଗୀରରୁ ୮୧, କଟକରୁ ୭୮, ମୟୁରଭଞ୍ଜରୁ ୭୬, ବାଲେଶ୍ଵରରୁ ୪୫, ଜଗତିସଂହପୁରରୁ ୪୫, କେନ୍ଦ୍ରାପଡାରୁ ୪୩, କଳାହାଣ୍ଡିରୁ ୪୦, ସୁନ୍ଦରଗଡରୁ ୩୯, ବରଗଡରୁ ୩୪, ନୂଆପଡାରୁ ୨୯, ଯାଜପୁରରୁ ୨୮, ପୁରୀରୁ ୨୬, ଢେଙ୍କାନାଳ ଜିଲ୍ଲାରୁ ୨୪, କେନ୍ଦୁଝରରୁ ୨୦, ନବରଙ୍ଗପୁରରୁ ୧୯, ଝାରସୁଗୁଡାରୁ ୧୮, ସମ୍ବଲପୁରରୁ ୧୬, ଗଞ୍ଜାମରୁ ୧୨, ନୟାଗଡରୁ ୧୨, ଭଦ୍ରକରୁ ୧୦, କନ୍ଧମାଳରୁ ୧୦, କୋରାପୁଟରୁ ୯, ସୋନପୁରରୁ ୯, ମାଲକାନଗିରିରୁ ୫, ଦେବଗଡରୁ ୩, ରାୟଗଡାରୁ ୩ ଓ ଗଜପତିରୁ ଜଣେ କରୋନା ମୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୩୩୨୩କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି।

Comments are closed.