Odisha Link
Bridging the Missing Links in Odisha

ଚର୍ଚ୍ଚାରେ ୧୧ କୋଟିର ପାରା!

ନୂଆଦିଲ୍ଲୀ: ସାରା ବିଶ୍ବରେ ଏକ ପାରାକୁ ନେଇ ଲାଗି ରହିଛି ଚର୍ଚ୍ଚା। କାରଣ ଚର୍ଚ୍ଚାରେ ରହୁଥିବା ପାରାଟି ନିକଟରେ ବିକ୍ରି ହୋଇଛି। ଯାହାର ମୂଲ୍ୟ ଶୁଣିଲେ ଆପଣମାନେ ମଧ୍ୟ ବିଶ୍ବାସ କରିବେ ନାହିଁ। ହେଲେ କଥାଟି ସତ। ବେଲ୍‌ଜିଅମ୍‌ର ଏକ ପାରା ଭାରତୀୟ ମୁଦ୍ରାରେ ଏଗାର କୋଟି ଏଗାର ଲକ୍ଷ ଅଣାନବେ ହଜାର ଟଙ୍କାରେ ବିକ୍ରି ହୋଇଯାଇଛି। ମାଈ ପାରାଟିର ବୟସ ଦୁଇ ବର୍ଷ। ଅନ୍‌ଲାଇନ୍‌ ନିଲାମ ମାଧ୍ୟମରେ ପାରାଟିକୁ କିଣିଛନ୍ତି ଦକ୍ଷିଣ ଆଫ୍ରିକାର ଜଣେ ପାରା ସଂଗ୍ରାହକ।

ପାରାଟିର ନାମ ନିଉ କମ୍। ନିଉ କମ୍‌ରେ ବିଶେଷତ୍ବ ଅନ୍ୟ ପାରାଙ୍କ ତୁଳନାରେ ଯଥେଷ୍ଟ ବେଗରେ ଉଡ଼ିପାରେ। ଅନ୍ତର୍ଜାତୀୟ ସ୍ତରରେ ଅନୁଷ୍ଠିତ ଏକାଧିକ ପାରା-ଉଡ଼ା ପ୍ରତିଯୋଗିତାରେ ନିଉ୍‌ କିମ୍‌ ନିଜର ସାମର୍ଥ୍ୟ ପ୍ରମାଣିତ କରିଛି। ତେବେ, ତା’ର ନୂଆ ମାଲିକ, ତା’କୁ ପ୍ରତିଯୋଗିତାକୁ ପଠାଇବେ ନାହିଁ। କେବଳ ପ୍ରଜନନ କାର୍ଯ୍ୟରେ ଲଗାଇବେ। ଦଳେ ନିରାପତ୍ତା ରକ୍ଷୀଙ୍କୁ ନିଉ୍‌ କମର ସୁରକ୍ଷା ଦାୟିତ୍ବ ଦିଆଯାଇଛି।

Comments are closed.