Odisha Link
Bridging the Missing Links in Odisha

ତାରାଙ୍କ ଆତ୍ମ ହତ୍ୟା ଧମକ

ଭୁବନେଶ୍ବର: ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଏହି ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବେ। ତାରା ବାହିନୀପତି ବେକ କାଟିଦେବେ ବୋଲି ଧମକ ଦେଇଛନ୍ତି।

ସୂଚନାଯୋଗ୍ୟ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟରେ ୟୁପି ସ୍କୁଲ ବନ୍ଦ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି । ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତି ରୁଲିଂ ଦେବା ପରେ ଏନେଇ ଗୃହରେ ୨ ଦିନ ଭିତରେ ଉତ୍ତର ରଖିବେ ଗଣଶିକ୍ଷାମନ୍ତ୍ରୀ ।

କାହିଁକି ସ୍କୁଲ ବନ୍ଦ ହେବ ଓ ପିଲା କୁଆଡ଼େ ଯିବେ ଏବଂ ୧୪ ହଜାର ସ୍କୁଲ ବନ୍ଦ ହେଲେ ଶିକ୍ଷକ କ’ଣ କରିବେ ସେ ନେଇ ମନ୍ତ୍ରୀ ସମୀର ରଂଜନ ଦାଶ ଗୃହରେ ଉତ୍ତର ରଖିବେ । ୟୁପି ସ୍କୁଲ ବନ୍ଦ ନେଇ ବିଜେପି ଓ କଂଗ୍ରେସ ସଭ୍ୟ ଗୃହର ମଧ୍ୟ ଭାଗରେ ହୋହାଲ୍ଲା କରିଛନ୍ତି ।

ହଟ୍ଟଗୋଳ ଯୋଗୁ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରାଯାଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍କୁଲ ବନ୍ଦ ହେବା ପ୍ରସଙ୍ଗ ଗୃହରେ ଉଠାଇଥିଲେ। ଶିକ୍ଷା ହେଉଛି ସମସ୍ତ ମୌଳିକ ଅଧିକାର ।

ସରକାର ନିର୍ଦ୍ଦେଶ ଦିଅନ୍ତୁ ସ୍କୁଲ ବନ୍ଦ ନହେଉ । ପିଲା ଏତେ ଦୂର କେମିତି ପଢିବାକୁ ଯିବେ। ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି ସେ କହିଥଲେ । ସେହିପରି ବିରେଧୀ ଦଳ ଉପନେତା ବିଷ୍ଣୁ ସେଠୀ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

Comments are closed.