Odisha Link
Bridging the Missing Links in Odisha

ସ୍କୁଲ ବନ୍ଦ ନୁହେଁ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସରକାରଙ୍କ ଲକ୍ଷ୍ୟ: ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ। ସେ କହିଛନ୍ତି ଯେ, ‘ ସ୍କୁଲ ବନ୍ଦ ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ୭ ହଜାର ୭୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରସ୍ତାବ ଅଛି। ୧୪ ହଜାର ନୁହେଁ ବରଂ ୭,୭୭୨ ସ୍କୁଲ ବନ୍ଦ ପ୍ରକ୍ରିୟା ଜାରି ରହିଛି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଛାତ୍ରଛାତ୍ରୀ ଯେପରି ଡ୍ରପ୍ ଆଉଟ ନହୁଅନ୍ତୁ, ସେପରି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କର ନାହିଁ।’ ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ କମ ପିଲାରେ ୩୦୦ ସ୍କୁଲ ଆମେ ଚଳାଉଛୁ। ଯେଉଁ ସ୍କୁଲ ବନ୍ଦ ହୋଇଛି ସେଠାରେ କ୍ଲାସ ରୁମ ଓ ଶିକ୍ଷକ ଦେବା ସମ୍ଭବ ହେଉନି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ଆଜି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗ ଉଠାଇଥିଲେ। ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। ତେଣୁ ସ୍କୁଲ ବନ୍ଦ ନକରିବା ପାଇଁ ନିର୍ଦ୍ଦେଶ ଦେବାକୁ ଶ୍ରୀ ମିଶ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ କହିଥିଲେ।

ଏଥିସହ କଂଗ୍ରେସ ବିଧାୟକ ତାରା ବାହିନୀପତି ମଧ୍ୟ ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିଲେ। ପାହାଡ଼ିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ଼ ଡେଇଁ ଯିବାକୁ ପଡ଼ିବ। ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ। ଯିଏ ଏ ନିଷ୍ପତ୍ତି ନେଇଛନ୍ତି ପୁନର୍ବିଚାର କରନ୍ତୁ ବୋଲି ତାରା ବାହିନୀପତି କହିଥିଲେ।

Comments are closed.