Odisha Link
Bridging the Missing Links in Odisha

IFS ଅଫିସରଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ୱର: IFS ଅଫିସରଙ୍କ ଘରେ ଭିଜିଲାନ୍ସ ଚଢଉ। IFS ଅଭୟକାନ୍ତ ପାଠକଙ୍କ ଘରେ କେନ୍ଦ୍ରୀୟ ସଂସ୍ଥାର ସୂଚନା କ୍ରମେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ୧୯୮୭ ବ୍ୟାଚ୍‌ର IFS ଅଭୟ ଅତିରିକ୍ତ PCCF ଅଛନ୍ତି।

ଭୁବନେଶ୍ବରର ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି ରହିଛି । ଏହାସହ ମହାରାଷ୍ଟ୍ରର ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ମଧ୍ୟ ଚଢାଉ କରାଯାଇଛି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ୱାରେଣ୍ଟ ବଳରେ ଚଢାଉ ଜାରି ରହିଛି ।ଓଡ଼ିଶାର ୪ଟି, ମହାରାଷ୍ଟ୍ରର ୩ଟି ଓ ବିହାରର ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି।

ଲକଡାଉନ ସମୟରେ ବିଭିନ୍ନ ସ୍ଥାନକୁ ଚାଟାର୍ଡ ପ୍ଲାଇଟରେ ଯାଇଥିଲେ ଅଭୟକାନ୍ତ। ଭୁବନେଶ୍ବରରୁ ପୁଣେ, ଭୁବନେଶ୍ବରରୁ ମହାରାଷ୍ଟ୍ର ଯାଇଥିଲେ ଅଭୟକାନ୍ତ। ଭୁବନେଶ୍ବରରୁ ଦିଲ୍ଲୀ ଓ ଭୁବନେଶ୍ବରରୁ ପାଟଣା ଯାଇଥିଲେ ଅଭୟକାନ୍ତ। ଥରେ ଚାଟାର୍ଡ ପ୍ଲାଇଟରେ ଗଲେ ୧୫ରୁ ୨୫ ଲକ୍ଷ ଟଙ୍କା ଦେୟ ଦେବାକୁ ପଡ଼ିଥାଏ। ଅଭୟକାନ୍ତଙ୍କ ସହ ତାଙ୍କ ପୁଅ ଆକାଶ ପାଠକ ମଧ୍ୟ ଯାଇଥିଲେ।

Comments are closed.