Odisha Link
Bridging the Missing Links in Odisha

ଆଜିଠୁ ପଞ୍ଚୁକ ଆରମ୍ଭ: ଖାଁ ଖାଁ ଶ୍ରୀମନ୍ଦିର ଓ ଧବଳେଶ୍ୱର ପୀଠ

ପୁରୀ: ଆଜିଠୁ ପଞ୍ଚୁକ ବ୍ରତ ଆରମ୍ଭ। କାର୍ତ୍ତିକ ମାସର ଏହି ପଞ୍ଚୁକ ୫ ଦିନ ପାଳନ କରାଯାଏ ମାତ୍ର ଚଳିତ ବର୍ଷ ୬ ଦିନ ପାଳନ କରାଯାଉଛି। କରୋନା କଟକଣା ଓ ଗାଇଡ଼ ଲାଇନ ଅନୁଯାୟୀ, ରାଜ୍ୟର ସମସ୍ତ ମନ୍ଦିର ବନ୍ଦ ରହିବା ସହ କେବଳ ରୀତିନିୟମ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ବନ୍ଦ ରଖାଯାଇଛି।

ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ଘରେ ରହି ପୂଜାର୍ଚ୍ଚନା କରିବା ପାଇଁ କୁୂହାଯାଇଛି। ହବିଷ୍ୟାଳିଙ୍କୁ ମଧ୍ୟ ପୁରୀକୁ ଆସିବାକୁ ବାରଣ କରାଯାଇଛି। ପଞ୍ଚୁକର ପ୍ରଥମ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ବିଭୂଷିତ ହୋଇଥାଆନ୍ତି। ୫ଦିନରେ ୫ପ୍ରକାର ବେଶରେ ଦର୍ଶନ ଦେଇଥାଆନ୍ତି ଶ୍ରୀଜିଉ। ଚଳିତ ବର୍ଷ କରୋନା ପଞ୍ଚୁକକୁ ଫିକା କରି ଦେଇଛି। ଏହାସହ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି।

ସେହିପରି ପଞ୍ଚୁକରେ ଆଠଗଡ଼ ଧବଳେଶ୍ୱର ମନ୍ଦିରରେ ଖାଁ ଖାଁ ଦେଖିବାକୁ ମିଳିଛି। କରୋନା ମହାମାରୀ ଯୋଗୁଁ ୧୪୪ ଧାରା ଜାରି କରିଛନ୍ତି ପ୍ରଶାସନ। ମନ୍ଦିର ପରିସରରେ ପୋଲିସ ଫୋର୍ସ ମୁର୍ତୟନ ହୋଇଛି। ଏପରିକି ସେହି ରାସ୍ତାରେ ଅଟକିବା ପାଇଁ ଲୋକଙ୍କୁ ମନା ହୋଇଛି। ମନ୍ଦିର ପାଖଶ ପାଖି ରାସ୍ତାରେ ୧୪୪ ଧାରା ଜାରି ହୋଇଛି।

Comments are closed.