Odisha Link
Bridging the Missing Links in Odisha

ମେଡିକାଲ ପରିସରରେ ୧୮ ଟିକିଆ ହାତୀପଲ

ଖୋର୍ଦ୍ଧା: ଖୋର୍ଦ୍ଧା ମେଡିକାଲ ପରିସରରେ ଆତଙ୍କ ଖେଳାଇଛନ୍ତି ହାତୀପଲ। ଗତକାଲି ଚନ୍ଦକା ଜଙ୍ଗଲରୁ ୧୮ ଟିକିଆ ହାତୀପଲ ଖୋର୍ଦ୍ଧା ମେଡିକାଲ କ୍ୟାମ୍ପସକୁ ପାଚେରି ଭାଙ୍ଗି ପଶି ଆସିଥିଲେ। ଖବର ପାଇ ପ୍ରାୟ ବନବିଭାଗର ୨୦ ଜଣିଆ ଟିମ ପହଞ୍ଚିଛନ୍ତି। ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଥିବାରୁ ଅଘଟଣର ଆଶଙ୍କା ରହିଛି ବୋଲି ସୂଚନା ମିଳିଛି। ଏହି ଆଶଙ୍କାରେ ଘଟଣାସ୍ଥଳରେ ସେସୁ କର୍ମଚାରୀ ମଧ୍ୟ ଉପସ୍ଥିତ ରହିଛନ୍ତି। ପୂର୍ବରୁ ମଧ୍ୟ ହସ୍ପିଟାଲ ପରିସରରେ ୨ଟି ହାତୀ ପ୍ରବେଶ କରିଥିଲେ।

ଖୋର୍ଦ୍ଧା ମେଡିକାଲର କାନ୍ଥ ଭାଙ୍ଗିଛନ୍ତି ହାତୀପଲ। ବେରୁଁହା ରାସ୍ତାରେ ଯାଉଥିବା ଲୋକମାନେ ହାତୀ ହାବୁଡ଼ରେ ପଡି ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ଖବର ପାଇ ଖୋର୍ଦ୍ଧା ବନ ବିଭାଗ କର୍ମଚାରୀ ହାତୀ ଘଉଡାଇବା ପ୍ରୟାସ ଆରମ୍ଭ କରିଥିଲେ। ବାଣ ଫୁଟାଇ, ଉଜାଲ ଆଲୋକ ପକାଇ ହାତୀପଲକୁ ଘଉଡାଇବାକୁ ଚେଷ୍ଟା ଚାଲିଥିବା ବେଳେ।

ହାତୀ ପଲ ଜରିପୁଟ, ପାନ ବରଜ, ବେରୁଁ ହା, ସରଧାପୁର ଗାଁ ପାଖରେ ଉତ୍ପାତ କରୁଥିବା ବେଳେ ଧାନ ଫସଲ ସବୁ ଚକଟି ନଷ୍ଟ ଚଳାଇଛନ୍ତି ।ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି।

Comments are closed.