Odisha Link
Bridging the Missing Links in Odisha

ଲୌହ ଦାନବର ରକ୍ତ ଭୋଜି: ଚାଲିଗଲା ୨୪ ଜୀବନ

ଢେଙ୍କାନାଳ: ଲୌହ ଦାନବର ରକ୍ତ ଭୋଜି। ଟ୍ରେନରେ କଟି ୨୪ଟି ମଇଁଷିଙ୍କର ମୃତ୍ୟୁ। ଏଭଳି ଘଟଣା ଘଟିଛି ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ରୋଡ୍ ଷ୍ଟେସନ ପାଖରେ। ଟ୍ରେନରେ କଟି ୨୪ଟି ମଇଁଷିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଟି ମଇଁଷି ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ, ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁ ଋଣ କରି ୨୬ଟି ମଇଁଷି ଆଣିଥିଲେ। ସବୁ ଦିନ ଭଳି ଆଜି ମଧ୍ୟ ମଇଁଷିଗୁଡିକ ଚରିବା ପାଇଁ ଘର ପାଖ ଜଙ୍ଗଲକୁ ଯାଇଥିଲେ। ମଇଁଷିମାନେ ଚରିସାରି ଅପରାହ୍ଣରେ ଫେରୁଥିବା ବେଳେ ବାଟରେ ଯୋରନ୍ଦା ଷ୍ଟେସନ ନିକଟରେ ଲାଇନ ପାର ହେଉଥିଲେ। ଏହି ସମୟରେ ଭୁବନେଶ୍ୱରରୁ ରାଉରକେଲା ଯାଉ ଥିବା ଇଣ୍ଟରସିଟି ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା।

୨୪ଟି ମଇଁଷି ଘଟଣାସ୍ଥଳରେ ପ୍ରାଣ ହରାଇ ଥିବାବେଳେ ଦୁଇଟି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କର ଗୋଡ଼ଗୁଡିକ କଟି ଯାଇଥିବା ବେଳେ ଦେହରେ ଗୁରୁତର ଆଘାତ ଲାଗିଛି। ଘଟଣାସ୍ଥଳରେ ରେଲୱେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Comments are closed.