Odisha Link
Bridging the Missing Links in Odisha

ଅଷ୍ଟ୍ରେଲିଆକୁ ଝଟକା, ୩ୟ ଦିନିକିଆ ଓ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି

ସିଡନୀ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଟମକୁ ଝଟକା। ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଭାରତ ବିପକ୍ଷ ବଳକା ମ୍ୟାଚରୁ ବାଦ୍ ପଡିପାରନ୍ତି। ରବିବାର ସିଡନୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସେ ଆହତ ହୋଇ ମଇଦାନରୁ ସିଧା ହସ୍ପିଟାଲରେ ଯାଇଥିଲେ। ୩୪ ବର୍ଷୀୟ ଓ୍ୱାର୍ଣ୍ଣର ଏବେ ବୁଧବାର ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ସହ ଟି୨୦ ସିରିଜ ମଧ୍ୟ ଖେଲିବେ ନାହିଁ। ସେ ଘରକୁ ଫେରିଆସିବେ। ସେଠାରେ ତାଙ୍କର ଚିକିତ୍ସା ଜାରି ରହିବ। କୁହାଯାଉଛି ଯେ, ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ସୁଦ୍ଧା ସେ ଠିକ୍ ହୋଇଯିବେ ବୋଲି ସୂଚନା ରହିଛି।

ଓ୍ୱାର୍ଣ୍ଣରଙ୍କ ବ୍ୟତୀତ ପ୍ୟାଟ୍ କମିନ୍ସ ମଧ୍ୟ ଭାରତ ବିପକ୍ଷ ଅନ୍ୟ ମୁକାବିଲାରୁ ବାଦ୍ ପଡିଛନ୍ତି। ତାଙ୍କ ସ୍ଥାନରେ ଡାନସୀ ସର୍ଟଙ୍କୁ ଟି୨୦ ଟିମ୍‌ରେ ସାମିଲ କରାଯାଇଛି। ଟି୨୦ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଖେଳାଯିବ। ପ୍ୟାଟ୍ କମିନ୍ସ ଆହତ ହୋଇନାହାଁନ୍ତି । ତାଙ୍କୁ ଆଡିଲେଡ ଓଭାଲରେ ଖେଳାଯିବାକୁ ଥିବା ଦିବାରାତ୍ର ଟେଷ୍ଟ ପାଇଁ ବିଶ୍ରାମ ଦିଆଯିବ। ସେ ଲଗାତର ଭାବେ ଖେଳି ଆସୁଛନ୍ତି। ସେ ଆଇପିଏଲରେ ମଧ୍ୟ ଖେଳୁଥିଲେ ।

କୋଚ୍ ଜଷ୍ଟିନ୍ ଲାଙ୍ଗରଙ୍କ କହିବାନୁସାରେ, ଟେଷ୍ଟ୍ ସିରିଜ ପାଇଁ ପ୍ୟାଟ୍ କମିନ୍ସ ଓ ଓ୍ୱାର୍ଣ୍ଣର ଗୁରୁତ୍ୱପୂର୍ଣ୍ଣ। ଓ୍ୱାର୍ଣ୍ଣରଙ୍କୁ ଭାରତୀୟ ଇନିଂସର ଚତୁର୍ଥ ଓଭରରେ ଡାଇଭ୍ କରିବା ବେଳେ ଅସୁବିଧା ହୋଇଥିଲା। ଏହାପରେ ସେ ସିଡନୀ ଗ୍ରାଉଣ୍ଡରୁ ଡ୍ରେସିଂ ରୁମକୁ ଚାଲି ଆସିଥିଲେ। ଏହାପରେ ତାଙ୍କୁ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା।

Comments are closed.