Odisha Link
Bridging the Missing Links in Odisha

ଚଳନ୍ତା ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ: ଚଳନ୍ତା ଗାଡିରେ ଯୁବତୀଙ୍କୁ ଗଣଦୁଷ୍କର୍ମ। ଚାରିଜଣ ଯୁବକ ଚଳନ୍ତା ଗାଡିରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଏହି ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ପଚରାଉଚରା କରୁଛି ବୋଲି ପୁଲିସ ଅଧୀକ୍ଷକ ସନ୍ତୋଷ କୁମାର ସିଂ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ଡିସେମ୍ବର ୩ ତାରିଖରେ କିଛି ଜିନିଷ କିଣିବା ପାଇଁ ଏକ ଦୋକାନକୁ ଯାଉଥିଲେ। ଏହି ସମୟରେ ତିନିରୁ ଚାରିଜଣ ବସିଥିବା ଏକ ଭ୍ୟାନ ବୈରାମନଗର ରାସ୍ତାରେ ଅଟକି ଥିଲା। ଭ୍ୟାନ ଭିତରୁ ବାହାରି ଜଣେ ଯୁବକ ବାଳିକାଙ୍କୁ ଉଠାଇ ନେଇଥିଲା।

ଚଳନ୍ତା ଗାଡ଼ିରେ ବାଳିକା ସହିତ ଚାରିଜଣ ଯୁବକ ଦୁଷ୍କର୍ମ କରିବା ସହିତ ଏକ ଭିଡିଓ ବି କରିଥିଲେ। ଯଦି ଏହି ଘଟଣା ବିଷୟରେ ବାଳିକା କାହାକୁ କିଛି କହନ୍ତି ତେବେ ସେମାନେ ତାଙ୍କ ପିତା-ମାତାଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।

ନାବାଳିକା ଜଣକ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ଶନିବାର ସକାଳେ କିଛି ଲୋକଙ୍କ ସହ ତାଙ୍କ ଘରେ ପହଞ୍ଚି ତାଙ୍କ ବିରୋଧରେ ମାମଲା ରୁଜୁ କଲେ ପରିବାର ଲୋକଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା।

Comments are closed.