Odisha Link
Bridging the Missing Links in Odisha

ଆରମ୍ଭ ହେବ ପିଏମ-ବାଣୀ ଯୋଜନା

ନୂଆଦିଲ୍ଲୀ: ବୁଧବାର କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ପିଏମ-ବାଣୀ ଯୋଜନା ଲାଗୁ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ନେଇ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି। ମାଗଣା ୱାଇଫାଇ ବ୍ୟବସ୍ଥା ନେଇ ପିଏମ-ବାଣୀ ଯୋଜନା ଆରମ୍ଭ ହେବ।

ପିଏମ-ବାଣୀ ଯୋଜନା ଅଧୀନରେ ଦେଶରେ ୧ କୋଟି ଡାଟା ସେଣ୍ଟର ଖୋଲାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗାଁ ଗାଁରେ ୱାଇଫାଇ ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଲାକ୍ଷାଦ୍ୱୀପରେ ଯୋଗାଯୋଗ ବ୍ୟବସ୍ଥା ନେଇ ମଧ୍ୟ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଲାକ୍ଷାଦ୍ୱୀପରେ ଅଣ୍ଡର ଗ୍ରାଉଣ୍ଡ କେବୁଲ ପାଇଁ ୧୦୭୭ କୋଟି ଟଙ୍କା ଖର୍ଚ୍ଚ ହେବ। ଅରୁଣାଚଳ ପ୍ରଦେଶରେ ୪-ଜି ସୁବିଧା ଦେବାକୁ କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Comments are closed.