Odisha Link
Bridging the Missing Links in Odisha

ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ଅନୁମତି

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ମେଡିକାଲ କଲେଜ ଗୁଡିକ ବନ୍ଦ ଥିବା ବେଳେ ପୁଣି ପାଠପଢ଼ା ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ପୂର୍ବରୁ ସମସ୍ତ ଏଲୋପାଥି ସରକାରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ପାଇଁ କରିବାକୁ ସରକାର ଅନୁମତି ପ୍ରଦାନ କରିଥିଲେ। ଏବେ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠୁ ରାଜ୍ୟର ସମସ୍ତ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି।

କରୋନା ଗାଇଡଲାଇନ୍ ମାନି ପୁଣି ପାଠପଢ଼ା ଆରମ୍ଭ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟର ଏସଓପି ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି। ପାଠପଢ଼ା ବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

ରାଜ୍ୟରେ ୫ଗୋଟି ଆୟୁର୍ବେଦିକ ମେଡିକାଲ କଲେଜ୍ ରହିଥିବା ବେଳେ ୬ ଗୋଟି ହୋମିଓପାଥିକ ମେଡିକାଲ କଲେଜ ରହିଛି। କୋଭିଡ୍ ଗାଇଡଲାଇନ୍ ମାନି ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.