Odisha Link
Bridging the Missing Links in Odisha

ନୂଆବର୍ଷ ପୂର୍ବରୁ ନିୟମ: ହେଲମେଟ୍ ନାହିଁ ତ ଲିଫ୍ଟ ନାହିଁ

ଭୁବନେଶ୍ୱର: ଆପଣ କୌଣସି ଲୋକଙ୍କୁ ଲିଫ୍ଟ ଦେଉଛନ୍ତି କି? ଯଦି ହଁ ତାହେଲେ ହେଇ ଯାଆନ୍ତୁ ସାବଧାନ କାରଣ ଏଇ ନୂଆ ବର୍ଷରୁ ନୂଆ ନିୟମ ଆଣିଛନ୍ତି ରାଜ୍ୟ ସରକାର। ଯେଉଁ ଲୋକ ମାନଙ୍କ ପାଖରେ ହେଲମେଟ ନଥିବ ସେମାନଙ୍କୁ ଲିଫ୍ଟ ଦେଲେ ଆପଣ ଗଣି ପାରିନ୍ତି ତଣ୍ଡ। ଏନେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲମେଟ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ନହେଲେ ଗାଡ଼ି ଚାଳକର ଲାଇସେନ୍ସ ବାତିଲ ହେବ। ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି। ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡିଆ ଆସିବେ।

ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ପୁଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଠିକ କରିବାକୁ ପ୍ରସ୍ତୁତି କରୁଛନ୍ତି । ଅଧିକ ଦୁର୍ଘଟଣା ଘଟୁଥିବା ଅଞ୍ଚଳକୁ ସୁପ୍ରିମକୋର୍ଟ କମିଟି ନିଜେ ପରିଦର୍ଶନ କରିବେ। ନୂଆ ବ୍ଲାକ ସ୍ପଷ୍ଟ ବି ଚିହ୍ନଟ ହେବ। ଆଇଟି ରୁଲ କରାଯିବ। ଯାହା ସବୁ ନୂଆ ପରିବହନ ଆଇନରେ ଗତ ବର୍ଷ ସେପଟେମ୍ବରରେ କେନ୍ଦ୍ର ସରକାର କରିଥିଲେ, ତାହା ଠିକ ଓ କଡ଼ାକଡ଼ି ଭାବେ ପାଳନ କରିବାକ ସୁପ୍ରିମକୋର୍ଟ ଦୁର୍ଘଟଣାପ୍ରବଣ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.