Odisha Link
Bridging the Missing Links in Odisha

ରୂପ ବଦଳେଇବ ଅଶୋକଝର

ଯାଜପୁର: ନୂଆ ରୂପ ନେବ ଯାଜପୁରର ସୁକିନ୍ଦା ଅଶୋକଝର। ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ମଞ୍ଜୁର୍ ହୋଇଛି ୧କୋଟି ଟଙ୍କା। ସମସ୍ତ ଉନ୍ନତି ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ।

ଏହି ପ୍ରକଳ୍ପ ଦ୍ୱାରା ଚାଷୀ ମାନଙ୍କ ପାଣି ସମସ୍ୟା ଦୂର ହେବ। ଲେମ୍ବୋ, ବନ୍ଧଗାଁ ଓ ଦୁଧୁଯୋରୀ ପଞ୍ଚାୟତର ହଜାର ହଜାର ଚାଷୀଙ୍କ ଚାଷ ଜମି ପାଇଁ ପାଣି ସମସ୍ୟା ଦୂର କରାଯାଇପାରିବ। ଅଶୋକଝରରୁ ବହୁଥିବା ପାଣିକୁ ଡ୍ୟାମ ମାଧ୍ୟମରେ ସଂରକ୍ଷଣ କରାଯିବ।

ଯାହାଦ୍ୱାରା ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମଧ୍ୟ ଏହାର ସୁବିଧା ପାଇପାରିବେ। ସ୍ଥାନୀୟ ଅଞ୍ଚଳର ଜଳସ୍ତର ଦିନକୁ ଦିନ କମ୍ ହେବାରେ ଲାଗିଛି। ଏହି ପ୍ରକଳ୍ପ ଦ୍ୱାରା ବର୍ଷକ ବାର ମାସ ପାଣି ସଂରକ୍ଷଣ କରାଯାଇପାରିବ।

Comments are closed.