Odisha Link
Bridging the Missing Links in Odisha

ଭାରତୀୟ ସେନା ହେବ ଆହୁରି ଶକ୍ତିଶାଳୀ, ୨୮ ହଜାର କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁୁରୀ

ନୂଆଦିଲ୍ଲୀ: ଭାରତୀୟ ସେନା ଏବେ ହେବ ଆହୁରି ଶକ୍ତିଶାଳୀ। କାରଣ ପ୍ରତିରକ୍ଷା ମନ୍ତ୍ରଣାଳୟ ନୂତନ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସୈନ୍ୟ ଉପକରଣ ପାଇ ୨୮ ହଜାର କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିିଛି। ଏନେଇ ଗୁରୁବାର ଦିନ ସେନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଦେଇଥିବା ମଞ୍ଜୁରୀ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ, ମଞ୍ଜୁରୀ ମିଳିଥିବା ପ୍ରସ୍ତାବରେ ଅନୁମୋଦିତ ପ୍ରାୟ ସମସ୍ତ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଘରୋଇ ଉଦ୍ୟୋଗରୁ ହିଁ କିଣାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ୍‌ ବିବୃତ୍ତିରେ କୁହାଯାଇଛି ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ବରେ ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ଘରୋଇ ଉଦ୍ୟୋଗରୁ ୨୭ କୋଟି ଟଙ୍କାର କ୍ରୟ ପ୍ରସ୍ତବାକୁ ମଞ୍ଜୁରୀ ମିଳିଛି।

ମୋଟ ୭ଟା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ମୋଟ ୭ଟି ପ୍ରସ୍ତାବ ପାଇଁ ୨୮ ହଜାର କୋଟି ଟଙ୍କାା ହୋଇଥିବା ବେଳେ ସେ ମଧ୍ୟରୁ କେବଳ ୬ଟି ପ୍ରସ୍ତାବ ପାଇଁ ୨୭ ହଜାର କୋଟି ଟଙ୍କା ଅନୁମୋଦନ କରାଯାଇଛି। ଏଥି ସହିତ ମେକ୍‌ ଇନ୍‌ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି।

Comments are closed.